28 ସେଟାର୍ ପାଇ ଜିଉଦି ଆରି ଜିଉଦିନଇଲା ଲକ୍, ଗେନାଅଇଲା ଗତିଦାଙ୍ଗ୍ଡାଦାଙ୍ଗ୍ଡି କି ମୁକ୍ଲାଇଲା ଲକ୍, ମୁନୁସ୍ କି ମାଇଜି ବିତ୍ରେ, କାଇଟା ମିସା ବିନ୍ ନାଇ । ଆମେ ସବୁ ଲକ୍ ଜିସୁର୍ ସଙ୍ଗ୍ ମିସିକରି ଗଟେକ୍ ଅଇଆଚୁ । 29 ୩:୨୯ ରମିୟ ୪:୧୩ଜଦି ତମେ କିରିସ୍ଟର୍ ଲକ୍, ତେବେ ତମେ ମିସା ଅବ୍ରାଆମର୍ କୁଟୁମର୍ ଆରି ପରମେସର୍ ଜାଇଟା ସପତ୍ କଲାଆଚେ, ସେଟା ମିଲାଇସା ।