16 ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା । 17 ଏଟା କଲାର୍ ଲାଗି ଜିସୁ ଜିସାଇୟ ବବିସତ୍ବକ୍ତା ଜାନାଇ ରଇଲାଟା ପୁରାପୁରୁନ୍ ସିଦ୍କଲା । ବବିସତ୍ବକ୍ତା କଇରଇଲା "ଆମର୍ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍ ଜର୍ଦୁକା ବଇଲା ।"
Publicidade