Doença
A doença é realidade humana que a Bíblia confronta com compaixão e poder. Jesus curou toda enfermidade e prometeu ouvir a oração da fé pelos enfermos.
Jesus, o curador
Jesus percorreu toda a Galileia curando toda enfermidade e doença entre o povo. Pelo seu nome, curas continuam acontecendo.
ଜିସୁ ଗାଉଁ ଗାଉଁ ବୁଲି ବୁଲି ଜିଉଦିମନର୍ ପାର୍ତନା ଗର୍ମନ୍କେ ଜାଇ ସିକାଇ ଦେଇତେ ରଇଲା । ଆରି ପର୍ମେସରର୍ ରାଇଜର୍ ନିମାନ୍ କାତା କଇତେରଇଲା । ବିନ୍ ବିନ୍ ଜର୍ ଆରି ରଗ୍ ଦାର୍ଲା ଲକ୍ମନ୍କେ ସବୁ ନିକ କରିଦେଲା ଆରି ପାର୍ତନା ଗରେ ସିକିଆ ଦେଲା ।
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ଜରର୍ ଲକ୍ମନ୍କେ ନିମାନ୍ କରା, ମଲା ଲକ୍ମନ୍କେ ଉଟାଆ, ବଡ୍ ରଗିମନ୍କେ ନିମାନ୍ କରା, ଡୁମାମନ୍କେ କେଦିଦିଆସ୍ । ଏ ସବୁ ସରଗର୍ ମାପ୍ରୁର୍ ତେଇଅନି ତିନ୍ପଲିଆରେ ମିଲାଇ ଆଚାସ୍ । ସେନ୍ତି ବିନ୍ ଲକ୍ମନ୍କେ କାଇଟା ନ ମାଙ୍ଗ୍ତେ ଦିଆସ୍ ।
ସଞ୍ଜ୍ ଅଇଲାକେ ଲକ୍ମନ୍, କେତେକ୍ କେତେକ୍ ଡୁମା ଦାରିରଇଲା ଲକ୍ମନ୍କେ ଜିସୁର୍ ଲଗେ ଆନ୍ଲାଇ । ତାର୍ ପଦେକ୍ କାତା କଇଲା ଦାପ୍ରେସେ ଡୁମା ଆତ୍ମାମନ୍କେ ବାର୍କରାଇଦେଲା ଆରି ରଗି ଲକ୍ମନ୍କେ ନିକ କଲା । ଏଟା କଲାର୍ ଲାଗି ଜିସୁ ଜିସାଇୟ ବବିସତ୍ବକ୍ତା ଜାନାଇ ରଇଲାଟା ପୁରାପୁରୁନ୍ ସିଦ୍କଲା । ବବିସତ୍ବକ୍ତା କଇରଇଲା "ଆମର୍ ଦୁକାସୁକା ସବୁ ନିଜେ ନେଲା ଆରି ଆମର୍ ଜର୍ଦୁକା ବଇଲା ।"
ମୁଇ ଡୁମ୍ଣ୍ଡା ରଇଲି, ମକେ ବସ୍ତର୍ ପିନ୍ଦାଇଲାସ୍ । ମୁଇ ଜର୍ଦାରାଇ ଅଇରଇଲି, ମକେ ଜତନ୍ କଲାସ୍ । ମୁଇ ବନ୍ଦି ଗରେ ରଇଲି ମକେ ଦେକ୍ବାର୍ ଆସିରଇଲାସ୍ ।"
ଦରମ୍ ଲକ୍ମନ୍ କଇବାଇ, "ମାପ୍ରୁ ! କେବେ ତମେ ବୁକେ ରଇଲାଟା ଦେକି ତମ୍କେ କାଇବାକେ ଦେଇରଇଲୁ ? କେବେ ତମ୍କେ ସସ୍ କଲାଜେ ପାନି କାଇବାକେ ଦେଇ ରଇଲୁ ? କେବେ ତମେ ଚିନାର୍ ଜାନାର୍ ନ ଅଇରଇଲାସ୍ ଜେ ଆମେ ତମ୍କେ ଗତିଆ କରି ଗରେ ଡାକି ରଇଲୁ ? ଆରି କେବେ ଡୁମ୍ଣ୍ଡା ରଇଲାସ୍ ଜେ ପିନ୍ଦ୍ବାକେ ବସ୍ତର୍ ଦେଇ ରଇଲୁ ? କେବେ ତମେ ଜର୍ ଦାରାଇ ଅଇରଇଲାସ୍ଜେ ଆମେ ତମ୍କେ ଜତନ୍ କଲୁ ? ଆରି କେବେ ତମେ ବନ୍ଦି ଗରେ ରଇଲାସ୍ଜେ ଆମେ ଦେକ୍ବାର୍ ଆସିରଇଲୁ ?" ପଚେ, ମୁଇ ସେମନ୍କେ କଇବି, ମୁଇ ତମ୍କେ ସତ୍କଇଲିନି, ଏ ମର୍ ବାଇମନର୍ ବିତ୍ରେ ସବୁର୍ଟାନେଅନି ଗଟେକ୍ ସାନ୍ ଲକର୍ ପାଇ, ଜାଇଟା ସବୁ କରିଆଚାସ୍, ସେଟା ମର୍ ପାଇ କରିଆଚାସ୍ ।
ସେଟା ସୁନି ଜିସୁ ସାସ୍ତର୍ ସିକାଉମନ୍କେ କଇଲା, " ନିମାନ୍ ଲକ୍ମନର୍ପାଇ ଡାକ୍ଦରର୍ ଲଡା ନାଇ, ମାତର୍ ନିମାନ୍ ନ ରଇଲା ଲକ୍ମନ୍କେ ଲଡା ଆଚେ । ଜେ ନିଜେ ‘ମୁଇ ଦରମ୍ ଲକ୍ ।’ ବଲି ବାବିଅଇବା ଲକର୍ପାଇ ମୁଇ ଆସିନାଇ, ମାତର୍ ପାପିମନ୍କେ ପାପ୍ଟାନେଅନି ବାଉଡାଇବାକେ ଆସିଆଚି ।"
ସେ ଜାଗାଇ ଜର୍ ଦୁକା ଅଇରଇଲା ଲକ୍ମନ୍କେ ନିକ କରା, ଆରି ସେମନ୍କେ କୁଆ ପର୍ମେସରର୍ ରାଇଜ୍ ତମର୍ଲଗେ ସେ ।
ପଚେ ଜିସୁ ବାର୍ଟା ସିସ୍ମନ୍କେ ରୁଣ୍ଡାଇକରି, ସେମନ୍କେ ସବୁ ଡୁମା ଚାଡାଇବାକେ, ରଗ୍ ନିକ କର୍ବାକେ ବପୁ ଆରି ଅଦିକାର୍ ଦେଲା । ଆରି ସେମନ୍କେ ପର୍ମେସରର୍ ରାଇଜ୍ ଜାନାଇବାକେ ଆରି ରଗ୍ଦୁକା ଅଇରଇବା ଲକ୍ମନ୍କେ ନିକ କର୍ବାକେ ପାଟାଇଲା ।
Promessas de cura
Eu sou o Senhor que te sara. As Escrituras prometem cura para o corpo e para a alma aos que confiam em Deus.
ତମେ ଜଦି ସବୁବେଲର୍ ମାପ୍ରୁ ପର୍ମେସରର୍ ବାକିଅକେ ମନ୍ଦେଲେ, ଆରି ତାର୍ ବାକିଅକେ ଜାଇଟା ବଲ୍ ସେଟା କଲେ, ଆରି ତାର୍ କାତା ସୁନ୍ଲାଇ ଆରି ତାର୍ ବିଦି ପାଲନ୍ କଲେ, ତେବେ ମିସରିଅ ଲକ୍ମନ୍କେ ଜନ୍ରକାମର୍ ରଗ୍ କରାଇଲୁ, ସେନ୍ତାରି ରଗ୍ ତମ୍କେ ନ ଆସେ, କାଇକେବଇଲେ ମୁଇ ସବୁବେଲର୍ ମାପ୍ରୁ ରଗ୍ ବଲ୍ କର୍ବା ଲକ୍ ।
ତମେ ଆମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ ସେବା କର୍ସା, ତେବେ ସେ ତମ୍କେ କାଇବା ପିଇବାକେ ଆସିର୍ବାଦ୍ କର୍ସି, ଆରି ତମର୍ ରଗ୍ ଦୁର୍ କର୍ସି ।
ତମେ ଆମର୍ ସବୁବେଲର୍ ମାପ୍ରୁ ପର୍ମେସରର୍ ସେବା କର୍ସା, ତେବେ ସେ ତମ୍କେ କାଇବା ପିଇବାକେ ଆସିର୍ବାଦ୍ କର୍ସି, ଆରି ତମର୍ ରଗ୍ ଦୁର୍ କର୍ସି ।
ଏ ମର୍ ଆଲାଦର୍ ମଇତର୍, ତମେ ଗାଗଡ୍ ଇସାବେ ବପୁ ଉଆ ଆରି ତମର୍ ସବୁ କାମ୍ ନିକ ଅ ବଲି ମୁଇ ପାର୍ତନା କଲିନି । ଜେନ୍ତାରିକି ମୁଇ ଜାନି, ତମେ ଆତ୍ମାଇ ମିସା ନିକସେ ଆଚାସ୍ ।
Oração pelos doentes
A oração da fé salvará o enfermo. Confessai as ofensas uns aos outros e orai uns pelos outros para serdes curados.
କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା ।
କେ ଜଦି ଜର୍ଦୁକା ଅଇ ରଇଲେ ସେ ମଣ୍ଡଲିର୍ ପାର୍ଚିନ୍ମନ୍କେ ଡାକାଆ, ସେମନ୍ ମାପ୍ରୁର୍ ନାଉଁଦାରି ଚିକନ୍ ରକଇ କରି ତାକେ ଲାଗାଇ, ପାର୍ତନା କର୍ବାଇ । ବିସ୍ବାସ୍ ସଙ୍ଗ୍ ସରପ୍ଲା ପାର୍ତନା ଜରର୍ ଲକ୍କେ ନିମାନ୍ କରି ଉଟାଇସି । ଜଦିସେ ପାପ୍କରି ରଇସି ବଇଲେ ମାପ୍ରୁ ତାକେ କେମା କର୍ସି । ନିଜର୍ ନିଜର୍ ଲଗେ ପାପ୍ କଲାଟା ଜାନାଆ ଆରି ନିଜର୍ ନିଜର୍ ପାଇ ପାର୍ତନା କରା । ସେନ୍ତାର୍ କଲେ, ତମେ ନିକ ଅଇସା ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।
ମୁଇ ପର୍ମେସର୍ ଟାନେଅନି ବେସି ବଡିଆ ଦର୍ସନ୍ ପାଇଲିଆଚି ବଲିକରି ବଡ୍ପନ୍ ନ ଅଇବାକେ ପର୍ମେସର୍ ମକେ ଦୁକାଇବା ଗଟେକ୍ ରଗ୍ ଦେଲା । ଏ ରଗ୍ ସଇତାନର୍ ଦୁତ୍ପାରା ମାର୍ବାକେ ମର୍ ଗାଗଡେ ଆଚେ । ଜେନ୍ତି କି ମୁଇ ଆରି ବଡ୍ପନ୍ ନ ଅଇ । ଏ ରଗ୍ ମର୍ଟାନେଅନି ଦାରିଜାଅ ବଲି ମୁଇ ତିନ୍ତର୍ ମାପ୍ରୁକେ ଗୁଆରି କଲି । ମାତର୍ ସେ ଏନ୍ତାରି କଇଲା, "ତମ୍କେ ଜେତ୍କି ସବୁ ଲଡା ଆଚେ, ମର୍ ଜିବନ୍ ଦୁକାଇଲାଟା, ସେଟା ପୁରାପୁରୁନ୍ କର୍ବାକେ ଅଇସି । କାଇକେବଇଲେ ଜେଡେବେଲେ ତୁଇ ଦୁର୍ବଲ୍ ରଇସୁ, ସେବେଲେ ମର୍ ବପୁ ନିକକରି ଡିସ୍ସି ।" ତେବେ ମର୍ ଦୁର୍ବଲ୍ ବିସଇନେଇ ବଡ୍ପନ୍ ଅଇକରି କଇବାକେ ମକେ ବେସି ସାର୍ଦା ଲାଗ୍ସି । କାଇକେବଇଲେ ମୁଇ ଦୁର୍ବଲ୍ ରଇଲାବେଲେ କିରିସ୍ଟର୍ ବପୁ ମକେ ସାଇଜ କର୍ବାଟା ଜାନ୍ଲିନି । ସେଟାର୍ ପାଇ ମକେ କିରିସ୍ଟର୍ ଲାଗି ଜେତ୍କି ସବୁ ଗଟ୍ସି, ମୁଇ ସାର୍ଦା ଅଇ ରଇବି । ଜେନ୍ତିକି ମର୍ଗାଗଡ୍ ଦୁର୍ବଲ୍ ରଇଲେ ମିସା, ନିନ୍ଦା ପାଇଲେ ମିସା, ଦୁକ୍ କସ୍ଟ ଅଇରଇଲେ ମିସା, ଆରି ସାଦ୍ବାନ୍ଦ୍ ଅଇ ଦୁକ୍ କସ୍ଟ ପାଇଲେ ମିସା । କାଇକେବଇଲେ ଜେଡେବେଲେ ମୁଇ ଦୁର୍ବଲ୍ ଅଇଆଚି, ସେଡ୍କି ବେଲେ ମୁଇ ବପୁ ଅଇଆଚି ।
Esperança na aflição
Ele tomou sobre si as nossas enfermidades. Mesmo na doença, o coração alegre serve de bom remédio e Deus dá esperança.
ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ ।
ସତୟ୍ ସେ ଆମର୍ କସ୍ଟକେ ସବୁ ନେଇଗାଲା ଆଚେ ଆରି ଆମର୍ ଦୁକାସବୁ ବଇଆଚେ । ଅଇଲେ ମିସା ଆମେମନ୍ ତାକେ ମାଡ୍ ଅଇଆଚେ ଆରି ପର୍ମେସରର୍ ଲାଗି ମାଡ୍ କାଇ ଆଚେ ଆରି ଦୁକ୍ ପାଇ ଆଚେ ବଲି ବାବ୍ଲୁ ।
ଆମେ ତାକେ ଗିନ୍ ବାବିକରି ଚାଡିଦେଲୁ; ଦୁକ୍ ର୍ଲକ୍ ଆରି ଲକ୍ମନ୍ ଦେକ୍ବାକେ ଇଚାମିସା ନ କଲାପାରା ଲକ୍ ସେ ଅପ୍ମାନ୍ ପାଇଲା, ଆରି ଆମେମନ୍ ତାକେ ନ ମାନ୍ଲୁ ଆରି ଆମେ ତାକେ ମାନୁନାଇଁ ।
ସାର୍ଦାର୍ ରଇଲା ମନ୍ ନିମାନ୍ ଅସ; ମାତର୍ ବାଙ୍ଗି ଜାଇ ରଇବା ଆତ୍ମା ଆଡ୍ମନ୍କେ ସବୁ ସୁକାଇ ପାକାଇସି ।
ନର୍ଲକର୍ ଆତ୍ମା ତାର୍ କସ୍ଟ ସମାଲି ପାର୍ସି; ମାତର୍ ବାଙ୍ଗ୍ଲା ଆତ୍ମାକେ କେ ସମାଲି ପାରେ?
ଆସା କଲାଟା ଅଲ୍ସମ୍ ଅଇଲେ ବେସି କସ୍ଟ ଲାଗ୍ସି; ମାତର୍ ଆସା କଲାଟା ପୁରାପୁରୁନ୍ ଅଇଲେ ଜିବନ୍ ରଇଲା ଗଚ୍ ପାରା ଲାଗ୍ସି ।
ମୁଇ ପର୍ତୁମ୍ ତର୍ କାଇକେ ତମର୍ ସଙ୍ଗ୍ ରଇଲି, ସେଟା ଏତାଆ । ସେଡ୍କି ବେଲେ ମକେ ଜର୍ଅଇରଲାକେ ତମ୍କେ ସୁବ୍କବର୍ ଜାନାଇରଇଲି । ମାତର୍ ମର୍ ଗାଗଡ୍ ନିକ ନ ରଇଲାର୍ପାଇ ତମ୍କେ ବେସି ଅସୁବିଦା ଅଇଲା । ଅଇଲେମିସା ତମେ ମକେ ଏଲା କରାସ୍ ନାଇ କି ଚାଡି ଦିଆସ୍ ନାଇ, ମାତର୍ ମକେ ଗଟେକ୍ ସରଗର୍ ଦୁତ୍ପାରା ଡାକି ରଇଲାସ୍ । କିରିସ୍ଟ ଜିସୁକେ ଜେନ୍ତି ତମେ ଡାକ୍ତାସ୍, ସେନ୍ତି ମକେ ମିସା ଡାକ୍ଲାସ୍ ।
ଆରି ଚୁଚା ପାନି ନ କାଇକରି ତର୍ ପେଟର୍ ଲାଗି ଅଲପ୍ ଅଙ୍ଗୁର୍ ମଦ୍ ମିସା କାଆ । କାଇକେବଇଲେ ତୁଇତା ସବୁବେଲେ ନିକ ରଉସ୍ ନାଇ ।
ସେ ତାକର୍ ଆଁସୁ ପୁଚିଦେଇସି । କେ ଆରି ନ ମରତ୍ । କାନ୍ଦାବୁବା, ଦୁକାସୁକା ନ ରଏ । ପୁର୍ନା ବିସଇ ଆରି ନ ଡିସେ ।