9 ମଃତର୍ ଜୁୟ୍ମଃନ୍ ମାଜନ୍ ଅଃଉଁକେ ମଃନ୍କଃର୍ତି, ସେମଃନ୍ ପରିକ୍ୟାୟ୍ ଆର୍ ହାନ୍ଦାୟ୍, ଆର୍ ଗାଦା ରଃକମ୍ ନଃକେର୍ତା କାମ୍ ଆର୍ ନଃସ୍ଟ୍ଅଉତା ମଃନ୍ବାବେ ହଃଳ୍ତି, ଇରିମଃନ୍ ମାନାୟ୍କେ ବଃସମ୍ ଆର୍ ନାସ୍ ଅଃଉତା ସଃମ୍ନ୍ଦେ ବୁଡାୟଦ୍ । 10 କାୟିତାକ୍ବଃଲେକ୍ ଦଃନ୍ଲଃବ୍ ସବୁ ନଃସ୍ଟ୍ଅଉତାର୍ ମୁଳ୍; କଃତିଲକ୍ ସେତାକ୍ ଆସା କଃରି ବିସ୍ୱାସ୍ ଚାଡିକଃରି ବାଟ୍ ବାଣାଅୟ୍ ଆଚ୍ତି । ଆର୍ ବଃଡ୍ ଦୁକେ ଅଃହ୍ଣା ଅଃହ୍ଣାର୍ ମଃନେ ଦୁକ୍ ହାୟ୍ଁ ଆଚ୍ତି ।