30 ସେତାକ୍ ପିଲିପ୍ ଦଃବ୍ଳି ଜାୟ୍ ସେ ଜିସାୟ୍ ବାବ୍ବାଦିର୍ ସାସ୍ତର୍ ହଃଳ୍ତାର୍ ସୁଣି ହଃଚାର୍ଲା, "ତୁୟ୍ ଜାୟ୍ରି ହଳୁଲିସ୍, ସେରି କାୟି ବୁଜୁଲିସ୍ ।"
31 ବେଜୁ କୟ୍ଲା "କେଏ ମକ୍ ବୁଜାୟ୍ ନଃଦିଲେକ୍ ମୁୟ୍ଁ କଃନ୍କଃରି ବୁଜୁ ହାରିନ୍ଦ୍ ?" ଆର୍ ସେ ରଃତ୍ ଉହ୍ରେ ଚଃଗି ଆସି ଅଃହ୍ଣାର୍ ଚଃମେ ବଃସୁକ୍ ଗଃଉଆରି କୟ୍ଲା । 32 ସାସ୍ତରାର୍ ଜୁୟ୍ରି ସେ ହଳ୍ତିରିଲା ସେରି ଇରି-
"ସେ ମେଣ୍ଡା ହର୍ ହୁଜା କଃରୁକେ ନେତା ମେଣ୍ଡା ହର୍ ଚିମ୍ରା ଅୟ୍ରିଲା,
ଆରେକ୍ ଗଃଡ୍ରା ମେଣ୍ଡାର୍ ରମ୍ କାଟ୍ତା ଲକ୍ମଃନାର୍ ତଃୟ୍ ଜଃନ୍କଃରି ତୁନ୍ହଃଳି ରଃୟ୍ଦ୍,
ସେନ୍କାର୍ ସେ ଟଣ୍ଡ୍ ହୁଟାୟ୍ ନଃକେଲା ।