11 ମଃତର୍ ଅଃବେ ଜୁୟି ନିକ ବିସୟ୍ ଅଃମିମଃନ୍ ହାୟ୍ଁ ଆଚୁ ମୁଳ୍ ଜାଜକ୍ ହର୍ କ୍ରିସ୍ଟ ଆସି ଆଚେ ସେ ଜୁୟି ପାର୍ତ୍ନା ଗଃରାର୍ କାମ୍ କଃରୁଲା ସେରି ବଃଡ୍, ଆର୍ ସଃର୍ଗେ ଅଃଦିକ୍ ହୁର୍ନ୍ କଃର୍ତା ତୁମ୍ ।
15 ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟିଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟି ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି ।