14 ତଃବେ ଜୁୟି କ୍ରିସ୍ଟ ସଃବୁବଃଳ୍ ଆତ୍ମାର୍ ଦଃୟି ଅଃହ୍ଣାକ୍ ଦାଗ୍ ନୟ୍ଲା ହୁଜା ହର୍ ଇସ୍ୱରାର୍ ଚଃମେ ଟେକି ଦିଲା, ତାର୍ ବଃନି କଃତେକ୍ ଅଃଦିକ୍ ଅଃମାର୍ ଇସ୍ୱରାର୍ ସେବା କଃରୁକେ ମଃଲା କାମେ ହୁଣି ଅଃମାର୍ ମଃନ୍କେ ନିର୍ମୁଳ୍ ନଃକେରେ ।
15 ଇତାର୍ ଗିନେ କ୍ରିସ୍ଟ ନଃଉଆଁ ନିୟମାର୍ ମଃଜିର୍ ଲକ୍ ଅୟିଆଚେ, ଜଃନ୍କଃରି ହଃର୍ତୁ ନିଅମ୍ ଦଃସ୍ କେମା କଃରୁକେ ସକ୍ତି ରିଲାକେ ଲକ୍ ମଃନ୍ ଜୁୟି ହାହ୍ କଃରିରିଲାୟ୍ ସେତି ହୁଣି ସେମଃନ୍ ମୁକ୍ତି ଲାବ୍ କଃର୍ତି ।