45 ପିଲିପ୍ ନିତନିଏଲ୍କେ ବେଟ୍ ଅୟି ତାକେ କୟ୍ଲା, "ଜାର୍ କଃତା ମସା ବିଦିଲଃଗେ ଲେକିଆଚେ, ଆରେକ୍ ବାବ୍ବାଦିମଃନ୍ ହେଁ ଲେକି ଆଚ୍ତି, ଅଃମିମଃନ୍ ତାକ୍ ଦଃକି ଆଚୁ, ତାର୍ ଉବାସି ଜସେପ୍ ନାଜରିତ୍ ଗାଉଁଆର୍ ଜିସୁ ।"
46 ନିତନିଏଲ୍ ତାକ୍ ହଃଚାର୍ଲା, "ନାଜରିତ୍ ହୁଣି କାୟି ସଃତ୍ କଃତା ବାରାଉଁ ହାରେ ?" ପିଲିପ୍ ତାକ୍ କୟ୍ଲା, "ଆଉ ଆର୍ ଦଃକ୍ ।"
47 ଜିସୁ ନିତନିଏଲ୍କେ ଅଃହ୍ଣାର୍ ଚଃମେ ଆସ୍ତାର୍ ଦଃକି, ସେ ତାର୍ କଃତା କୟ୍ଲା, "ଏଦେ ଦଃକା ନିଜ୍କଃରି ଏ ଗଟେକ୍ ଇସ୍ରାଏଲ୍ ଲକ୍, ଆର୍ ତଃୟ୍ ମିଚ୍ମଃୟା ନାୟ୍ ।"
48 ନିତନିଏଲ୍ ଜିସୁକେ ହଃଚାର୍ଲା, "ତୁୟ୍ ମକ୍ କଃନ୍କଃରି ଜାଣ୍ଲିସ୍ ?"
ଜିସୁ ତାକ୍ ଉତୁର୍ ଦିଲା, "ପିଲିପ୍ ତକ୍ କୁଦ୍ତା ଆଗ୍ତୁ ତୁୟ୍ ଜଃଡେବଃଳ୍ ଡୁମ୍ବୁର୍ ଗଚ୍ତଳେ ଟିଅୟ୍ ରିଲିସ୍, ସଃଡେବଃଳ୍ ମୁୟ୍ ତକ୍ ଦଃକିରିଲେ ।"
49 ନିତନିଏଲ୍ ଉତୁର୍ ଦିଲା, "ଏ ରାବ୍ବି, ବଃଲେକ୍ ଏ ଗୁରୁ, ତୁୟ୍ ଇସ୍ୱରାର୍ ହୟିସି, ତୁୟ୍ ଇସ୍ରାଏଲ୍କେ ଚାଲାଉତା ରଃଜା ।"
50 ଜିସୁ ତାକ୍ ଉତୁର୍ ଦିଲା, "ମୁୟ୍ ତକେ ଡୁମ୍ବୁର୍ ଗଃଚ୍ ତଃଳେ ଦଃକି ରିଲେ ବଃଲି କୟ୍ଲାକ୍ କି ତୁୟ୍ ବିସ୍ୱାସ୍ କଃରୁଲିସ୍ ? ତୁୟ୍ ଇତାର୍ ତଃୟ୍ହୁଣି ବଃଡ୍ ବଃଡ୍ ବିସୟ୍ ଦଃକ୍ସି ।" 51 ଆରେକ୍ ଜିସୁ ସେମଃନ୍କେ କୟ୍ଲା, "ମୁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ତୁମିମଃନ୍ ସଃର୍ଗ୍ ଉଗାଳି ଅଃଉତାର୍ ଇସ୍ୱରାର୍ ଦୁତ୍ମଃନ୍କେ ନଃରାର୍ ହୟ୍ସିର୍ ଚଃମେ ଉହ୍ରେ ଜାତାର୍ ଆର୍ ଉତ୍ରି ଆସ୍ତାର୍ ଦଃକାସ୍ ।"