ଜିସୁର୍ ଜଃଲମ୍ ଅଃଉତାର୍ ଦୁତ୍ ଜାଣାୟ୍ଲା
26 ଏଲିସାବେତ୍ ଆଙ୍ଗେ ଅୟି ଚଅ ମାସ୍ ଅୟ୍ଲା ହଃଚେ, ଗାବ୍ରିଏଲ୍ ଦୁତ୍ ଇସ୍ୱର୍ ଲଃଗେହୁଣି ଗାଲିଲି ରାଜିର୍ ନାଜରିତ୍ ନାଉଁଆର୍ ଗଃଳେ ଗଟେକ୍ ଦଃଙ୍ଗ୍ଳି ଟକିର୍ ଚଃମେ ଆୟ୍ଲା । 27 ୧:୨୭ ମାତି ୧:୧୮.ସେ ଦଃଙ୍ଗ୍ଳି ଟକିକେ ଦାଉଦ୍ ବଃଉଁସାର୍ ଜସେପ୍ ନାଉଁଆର୍ ଗଟେକ୍ ମାନାୟ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି କଃରି ରିଲାୟ୍, ସେ ଦଃଙ୍ଗ୍ଳି ଟକିର୍ ନାଉ ମରିୟମ୍ ।