28 ସେ ଦୁତ୍ ଗଃରେ ହୁରି ତାର୍ ଲଃଗେ ଆସି କୟ୍ଲା, "ଏ ଦଃୟାର୍ ଜୟ୍ଗ୍ ଟକି, ତର୍ ସୁସ୍ତା ଅଃଉଅ, ମାପୁର୍ ତର୍ ସଃଙ୍ଗ୍ ଆଚେ ।"
29 ମଃତର୍ ମରିୟମ୍ ଇ କଃତାକ୍ ସୁଣି ଜଃବର୍ କାବା ଅୟ୍ଲି ଆର୍ ଇ କଃତାର୍ ବାବ୍ କାୟିରି ବଃଲି ମଃନେ ମଃନେ ବାବୁକ୍ ଦଃର୍ଲି । 30 ସେତାର୍ ଗିନେ ଦୁତ୍ ତାକ୍ କୟ୍ଲା, "ଏ ମରିୟମ୍, ଡିର୍ ନାୟ୍, କାୟିତାକ୍ବଃଲେକ୍ ଇସ୍ୱର୍ ତକେ ଦଃୟା କଃରି ଆଚେ । 31 ୧:୩୧ ମାତି ୧:୨୧.ଆର୍ ଦଃକ୍, ତୁୟ୍ ଆଙ୍ଗେ ଅୟ୍କଃରି ଗଟେକ୍ ହିଲା ଜଃଲମ୍ କଃର୍ସି, ଆର୍ ତାର୍ ନାଉ ଜିସୁ ବଃଲି ଦିଆସ୍ ।