ଜିସୁ ହାଁଚ୍ ଆଜାର୍ ଲକ୍କେ କାଳାୟ୍ଲା
10 ତାର୍ହଃଚେ ହଃଟାୟ୍ଲା ଚେଲାମଃନ୍ ବାଉଳି ଆସି, ଜାୟ୍ରି ଜାୟ୍ରି କଃରି ରିଲାୟ୍ ସେରି ସଃବୁ ଜିସୁକେ ଗଟେକ୍ ଗଟେକ୍ କଃରି କୟ୍ଲାୟ୍, ଆର୍ ସେମଃନ୍କେ ସଃଙ୍ଗେ ଦଃରି ଅଃଲ୍ଗା ଅୟି ବେତ୍ସାଇଦା ନାଉଁଆର୍ ଗଃଳେ ଗଃଳାୟ୍ । 11 ମଃତର୍ ଲକ୍ମଃନ୍ ସେରି ଜାଣି ତାର୍ ହଃଚେ ହଃଚେ ଗଃଳାୟ୍, ଜିସୁ ମଃନ୍ବିଚାରି ସେମଃନ୍କେ କୁଦ୍ଲା, ଆର୍ ମାପୁର୍ ରାଇଜାର୍ କଃତା ସେମଃନ୍କେ କଃଉଁକେ ଦଃର୍ଲା, ଆର୍ ଜୁୟି ଲକ୍ମଃନାର୍ ରଗେ ହୁଣି ଉଜ୍ ଅଃଉତାର୍ ଲଳା ରିଲି ସେମଃନ୍କେ ଉଜ୍ କଃଲା ।
12 ଇ ବିତ୍ରେ ବେଳ୍ ଆଡ୍ ମାରୁକ୍ ଦଃର୍ଲି, ସେତାକ୍ ବାର ଚେଲାମଃନ୍ ଆସି ଜିସୁକେ କୟ୍ଲାୟ୍, "ଲକ୍ମଃନ୍ ଜଃନ୍କଃରି ଚାରିହଃକାର୍ ଗାଉଁ ଆର୍ ହାଳା ମଃନ୍କେ ଜାୟ୍ ରେଉଁକେ ଟାଣ୍ ଆର୍ କାଦି ହାଉଁ ହାର୍ତି, ସେତାକ୍ ସେମଃନ୍କେ ସେଲ ଦେସ୍, କାୟିତାକ୍ବଃଲେକ୍ ଅଃମିମଃନ୍ ଇତି ଲକ୍ବାକ୍ ନୟ୍ଲା ଟାଣେ ଆଚୁ ।"
13 ମଃତର୍ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ ସେମଃନ୍କେ କାଦି କାଳାଉଆ ।" ସେମଃନ୍ କୟ୍ଲାୟ୍, "ଅଃମାର୍ ଚଃମେ ହାଁଚ୍ ଗଟ୍ ରୁଟି ଆର୍ ଜଳେକ୍ ମାଚ୍ ହୁଣି ଅଃଦିକ୍ ନାୟ୍, ସେରି ନୟ୍ଲେକ୍ ଅଃମିମଃନ୍ କାୟି ଜାୟ୍ ଇ ସଃବୁ ଲକ୍ମଃନାର୍ ଗିନେ କାଦି ଗେନୁଆଁ ?" 14 କାୟିତାକ୍ବଃଲେକ୍ ସେମଃନ୍ ମାୟ୍ଜି ଆର୍ ହିଲାଟକିକେ ଚାଡି ଅଃବ୍କା ଅଃଣ୍ଡ୍ରାମଃନ୍ ହାକାହାକି ହାଁଚ୍ ଆଜାର୍ ରିଲାୟ୍, ଆର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ କୟ୍ଲା, "ଦୁୟ୍କଳି ଦଃସ୍ ଲେକା ଦଃଳ୍ ଦଃଳ୍ କଃରି ଲକ୍ମଃନ୍କେ ବଃସାଉଆ ।"
15 ସେତାକ୍ ସେମଃନ୍ ସେନ୍ କଃରି ବଃସାୟ୍ଲାୟ୍ । 16 ଆରେକ୍ ସେ ହାଁଚ୍ଗଟ୍ ରୁଟି ଆର୍ ଜଳେକ୍ ମାଚ୍କେ ଦଃରି ସଃର୍ଗ୍ ହାକ୍ ଦଃକି ସେରି ଆସିର୍ବାଦ୍ କଃଲା ଆରେକ୍ ବାଙ୍ଗି ଲକ୍ମଃନ୍କେ ଦେଉଁକେ ଚେଲାମଃନ୍କେ ଦେଉଁକେ ଦଃର୍ଲା । 17 ସେତାକ୍ ସଃବୁ ଲକ୍ ଆଦାର୍ ହୁର୍ନେ କାୟ୍ଲାୟ୍ ଆର୍ ତାକାର୍ ତଃୟ୍ ଉବ୍ରି ରିଲାର୍ ଚେଲାମଃନ୍ ବାର ଡଃଲା ବାଙ୍ଗ୍ଲା ରୁଟିମଃନ୍ ବେଟ୍ଲାୟ୍ ।