ଜିସୁ କ୍ରିସ୍ଟର୍ ଜଃଲମ୍ କଃତା
18 ୧:୧୮ ଲୁକ ୧:୨୭. ଜିସୁ କ୍ରିସ୍ଟର୍ ଜଃଲମ୍ ଇବାନ୍ୟା ଅୟ୍ଲି । ତାର୍ ଆୟ୍ସି ମରିୟମ୍କେ ଜସେପ୍ ସଃଙ୍ଗ୍ ବିବା ଅଃଉଁକେ ମାଗ୍ଣି ହଃଚେ, ସେମଃନ୍ ବିବା ନଃଉତା ଆଗ୍ତୁ ପବିତ୍ର ଆତ୍ମା ତଃୟ୍ହୁଣି ସେ ଆଙ୍ଗେ ଅୟିଆଚେ ବଃଲି ଜାଣାହଃଳ୍ଲି । 19 ମରିୟମାର୍ ଡକ୍ରାସି ଜସେପ୍ ଦଃର୍ମି ଲକ୍ ରିଲା, ତଃବାର୍ଗିନେ ସେ ମରିୟମ୍କ୍ ସଃବୁଲକାର୍ ମୁଏଁ ଲାଜ୍ କଃରାଉଁକ୍ ମଃନ୍ ନଃକେଲା, ଆର୍ ସେ ଲୁକ୍ଣେ ତାକ୍ ଚାଡୁକ୍ ମଃନ୍କଃଲା । 20 ମଃତର୍ ସେ ଇରି ମଃନେ ହାଚ୍ଲା ହଃଚେ, ଦଃକା, ମାପୁରାର୍ ଗଟେକ୍ ଦୁତ୍ ତାକ୍ ଚଃହ୍ନେ ଦଃକାୟ୍ ଅୟି କୟ୍ଲା, "ଏ ଦାଉଦ୍ ବଃଉଁସାର୍ ଜସେପ୍ ! ମରିୟମ୍କେ ବିବା ଅଃଉଁକେ ଡିର୍ନାୟ୍, କାୟିତାକ୍ବଃଲେକ୍ ସେ ପବିତ୍ର ଆତ୍ମାୟ୍ ଆଙ୍ଗେ ଅୟିଆଚେ । 21 ୧:୨୧ ଲୁକ ୧:୩୧.ସେ ଗଟେକ୍ ହିଲା ଜଃଲମ୍ କଃରେଦ୍, ଆର୍ ତୁମି ତାର୍ ନାଉ ଜିସୁ ସଃଙ୍ଗାଉଆସ୍, କାୟିତାକ୍ବଃଲେକ୍ ସେ ତାର୍ ଲକ୍ମଃନ୍କେ ସେମଃନାର୍ ହାହେ ହୁଣି ମୁକ୍ଳାୟ୍ଦ୍ ।"