ତହ୍ଲା ଦଃନାର୍ କଃତା
44 "ସଃର୍ଗ୍ ରାଇଜ୍ ଗଟ୍ ହଃଦାୟି ଲୁକ୍ଣେ ରିଲା ଦଃନ୍ ହର୍ । ଗଟ୍ ମାନାୟ୍ ସେରି ଦଃକି ସେ କଃତାକ୍ ଲୁକାୟ୍ଲା, ଆର୍ ସଃର୍ଦା ଅୟି ଜାୟ୍ ଅଃହ୍ଣାର୍ ସଃର୍ନେ ବିକିକଃରି ସେ ହଃଦାକେ ଗେନ୍ଲା ।"
ମୁକ୍ତାର୍ କଃତା
45 "ଆରେକ୍ ସଃର୍ଗ୍ ରାଇଜ୍ ଇବାନ୍ୟା ଗଟେକ୍ ନିକ ନିକ ମୁକ୍ତା ଲଳ୍ତିରିଲା ବେବାରି ହର୍ । 46 ଗଟେକ୍ ବଃଡେ ମଲାର୍ ମୁକ୍ତା ଦଃକି ସେ ଜାୟ୍ ତାର୍ ଗଃରେ ରିଲାର୍ ସଃବୁ ବିକିକଃରି ସେ ମୁକ୍ତାକେ ଗେନ୍ଲା ।"