ଜିସୁ ହାଣି ଉହ୍ରେ ଇଣ୍ଡ୍ଲା
22 ସେଦାହ୍ରେ ଜିସୁ ଚେଲାମଃନ୍କେ ଡଙ୍ଗାୟ୍ ଚଃଗି ତାର୍ ଆଗ୍ତୁ ସଃମ୍ନ୍ଦ୍ ସେହାଟି ଜଃଉଁକେ କୟ୍ଲା, ଆରେକ୍ ଜିସୁ ଲକ୍ମଃନ୍କେ ସେଲ ଚାଡି ଦିଲା । 23 ଲକ୍ମଃନ୍କେ ସେଲ ଚାଡି ଦିଲା ହଃଚେ, ସେ ପାର୍ତ୍ନା କଃରୁକେ ଅଃଲ୍ଗା ଅୟ୍କଃରି ଡଙ୍ଗୁର୍ ଉହ୍ରେ ଗଃଲା, ଆର୍ ସଃଞ୍ଜ୍ ଅୟ୍ଲାକ୍ ହେଁ ସେତି ଏକ୍ଲା ରିଲା । 24 ମଃତର୍ ଡଙ୍ଗା ସଃଡେବଃଳ୍ କଃଣ୍ଡାୟ୍ ହୁଣି ଅଃନାୟ୍ ଦୁରି ରିଲି, ଆର୍ ଜଃବର୍ ବାଉର୍ ଗିନେ ଉଲାଳ୍କେ ସେରି ଏଣେ ତେଣେ ଅଃଉତି ରିଲି ।
25 ମଃତର୍ ରାତି ଚାର୍ଟା ବଃଳ୍ ସେ ସଃମଃନ୍ଦ୍ ଉହ୍ରେ ଇଣ୍ଡି ଇଣ୍ଡି ଚେଲାମଃନାର୍ ଚଃମେ ଆୟ୍ଲା । 26 ସେତାକ୍ ଚେଲାମଃନ୍ ଜିସୁକେ ସଃମ୍ନ୍ଦ୍ ଉହ୍ରେ ଇଣ୍ଡ୍ତାର୍ ଦଃକି ଡିରିକଃରି କୟ୍ଲାୟ୍, "ଇରି ତ ଡୁମା !" ଆର୍ ସେମଃନ୍ ଡିରାର୍ ଗିନେ ବେଲ୍କି ଅୟଃଲାୟ୍ ।
27 ମଃତର୍ ଜିସୁ ସେଦାହ୍ରେ ସେମଃନାର୍ ସଃଙ୍ଗ୍ ଟଣ୍ଡ୍ଅୟ୍ କୟ୍ଲା, "ସାସ୍ ଦଃରା, ଇରି ତ ମୁଁୟ୍, ଡିରି ଜାହାନାୟ୍ ।"
28 ସେତାକ୍ ପିତର୍ ଉତୁର୍ ଦିଲା, "ଏ ମାପୁର୍, ଜଃବେ ତୁୟ୍, ତଃବେ ହାଣି ଉହ୍ରେ ତର୍ ଲଃଗେ ଜଃଉଁକେ ମକ୍ ଆଦେସ୍ ଦେ ।"
29 ଜିସୁ ତାକ୍ କୟ୍ଲା, "ଆଉ ।" ସେତାକ୍ ପିତର୍ ଡଙ୍ଗାୟ୍ହୁଣି ଉତ୍ରି ହାଣି ଉହ୍ରେ ଇଣ୍ଡି ଇଣ୍ଡି ଜିସୁର୍ ଚଃମେ ଗଃଲା । 30 ମଃତର୍ ସେ ବାଉକେ ଦଃକି ଡିର୍ଲା ଆର୍ ଜାଣାୟି ବୁଡୁକ୍ ଦଃର୍ଲା ଆର୍ ବେଲ୍କି ଅୟି କୟ୍ଲା, "ଏ ମାପୁର୍, ମକେ ବଚାଉ ।"
31 ଜିସୁ ସେଦାହ୍ରେ ଆତ୍ ଲାମାୟ୍ ତାକେ ଦଃରି କୟ୍ଲା, "ଏ ଅଃଳକ୍ ବିସ୍ୱାସି, କାୟିତାକ୍ ମକ୍ ସଃତ୍ ନଃକେଲିସ୍ ।"
32 ଆର୍ ସେମଃନ୍ ଡଙ୍ଗାୟ୍ ଚଃଗ୍ଲାକେ ବାଉ ତିର୍ ଅୟ୍ଲି । 33 ସେତାକ୍ ଡଙ୍ଗାୟ୍ ରିଲା ଚେଲାମଃନ୍ ଜିସୁକେ ଜୁଆର୍ କଃରି କୟ୍ଲାୟ୍, "ତୁୟ୍ ନିଜ୍କଃରି ଇସ୍ୱରାର୍ ହୟିସି ।"