ଗଟେକ୍ ମାୟ୍ଜିର୍ ବିସ୍ୱାସ୍
21 ଜିସୁ ସେ ଜଃଗାୟ୍ହୁଣି ବାରାୟ୍ ସର୍ ଆର୍ ସିଦନ୍ ହଲି ବାଟ ଗଃଲା । 22 ଆର୍ ସେତି ବାସା କଃର୍ତି ରିଲା ଗଟେକ୍ କିଣାନ୍ ଦେସାର୍ ମାୟ୍ଜି ଆୟ୍ଲି ଆର୍ ଆଉଲି ଅୟି କାଉଁକେ ଦଃର୍ଲି, "ଏ ମାପୁର୍, ଦାଉଦାର୍ ହୟିସି, ମକେ ଦଃୟାକଃର୍, ମର୍ ଜିଇକେ ବୁତ୍ ଡଃସିଆଚେ, ଆର୍ ସେ ବଃଡେ କଃସ୍ଟ ହାଉଁଲି ।"
23 ମଃତର୍ ଜିସୁ ତାକ୍ ହଃଦେକ୍ ହେଁ ନଃକୟ୍ଲା । ସେତାକ୍ ଚେଲାମଃନ୍ ଆୟ୍ଲାୟ୍ ଆର୍ ଜିସୁକେ ଗଃଉଆରି କଃରି କଃଉଁକେ ଦଃର୍ଲାୟ୍, "ଆକ୍ ଇତିହୁଣି ଚାଡି ଦେସ୍, ସେ ଜଃଉଅ, ବଃଲେକ୍ ଇ ମାୟ୍ଜି ଅଃମାର୍ ହଃଚେ ହଃଚେ ଆଉଲି ଅଃଉଁଲି ।"
24 ମଃତର୍ ଜିସୁ କୟ୍ଲା, "ମୁଁୟ୍ ଇସ୍ରାଏଲ୍ ବଃଉଁସାର୍ ଆଜ୍ଲା ମେଣ୍ଡାମଃନ୍କେ ଚାଡି କାର୍ ଗିନେ ହେଁ ନାସି ।"
25 ମଃତର୍ ସେ ମାୟ୍ଜି ଆୟ୍ଲି ଆର୍ ମୁଣ୍ଡିଆ ମାରି ଜୁଆର୍କଃରି କଃଉଁକେ ଦଃର୍ଲି, "ଏ ମାପୁର୍, ମର୍ ଉହ୍କାର୍ କଃର୍ ।"
26 ମଃତର୍ ଜିସୁ କୟ୍ଲା, "ହିଲାମଃନାର୍ କାତା କାଦିକ୍ କୁକୁର୍ମଃନାର୍ ଚଃମେ ହଃକାଉତାର୍ ନିକ ନାୟ୍ ।"
27 ମଃତର୍ ମାୟ୍ଜି କୟ୍ଲି, "ଅୟି ମାପୁର୍, ବଃଲେକ୍ କୁକୁର୍ମଃନ୍ ଅଃହ୍ଣାର୍ ସାଉକାରାର୍ ଟେବୁଲ୍ ଉହ୍ରେ ହୁଣି ଅଦୁର୍ଲା ଲିତା ସଃକ୍ଳିମଃନ୍ ବେଟି କାତି ।"
28 ସେତାକ୍ ଜିସୁ ତାକ୍ କୟ୍ଲା, "ଏ ଆୟା, ତର୍ ବଃଡେ ବିସ୍ୱାସ୍, ତର୍ ଜଃନ୍କାର୍ ମଃନ୍ ତଃନ୍କାର୍ ଅଃଉଅ ।" ଆର୍ ସେଦାହ୍ରେ ତାର୍ ଜିସି ଉଜ୍ ଅୟ୍ଲି ।