ଜିସୁ ଚାରି ଅଃଜାର୍ ଲକ୍କେ କାଦି କାଳାୟ୍ଲା
32 ଆର୍, ଜିସୁ ତାର୍ ଚେଲାମଃନ୍କେ ଚଃମେ କୁଦି କୟ୍ଲା, "ଇ ଲକ୍ମଃନାର୍ ଉହ୍ରେ ମର୍ ଜିବନେ ଦଃୟା ଆସୁଲି, କାୟିତାକ୍ବଃଲେକ୍ ଇମଃନ୍ ତିନିଦିନ୍ ଅୟ୍ଲି ମର୍ ସଃଙ୍ଗେ ଆଚ୍ତି ଆର୍ ଇମଃନାର୍ ଟାଣେ କାୟିରି ହେଁ କାଉଁକେ ନାୟ୍; କଃଡେବଃଳ୍ ବାଟେ ଜାତା ବଃଳ୍ ସେମଃନାର୍ ଜିବନ୍ ଉଡି ଜାୟ୍ଦ୍, ଇତାର୍ ଗିନେ ସେମଃନ୍କେ ବୁକାର୍ ହେଟେ ଚାଡି ଦେଉଁକେ ମର୍ ମଃନ୍ ନାୟ୍ ।"
33 ଚେଲାମଃନ୍ ତାକ୍ କୟ୍ଲାୟ୍, "ଅଃତେକ୍ ଲକ୍ମଃନ୍କେ ଆଦାର୍ ହୁର୍ନେ କାଳାଉଁକେ ଅଃମିମଃନ୍ ଇ ଗାଉଁଗୁଡା କି ଲକ୍ବାକ୍ ନୟ୍ଲା ଟାଣେ କୁୟ୍ତି ହୁଣି ଅଃତେକ୍ ରୁଟି ମିଳାଉଁନ୍ଦ୍ ?"
34 ଜିସୁ ସେମଃନ୍କେ ହଃଚାର୍ଲା, "ତୁମାର୍ ଟାଣେ କଃତିଗଟ୍ ରୁଟି ଆଚେ ।"
ସେମଃନ୍ କୟ୍ଲାୟ୍, "ସାତ୍ଗଟ୍ ରୁଟି ଆର୍ କଃତିଗଟ୍ ସାନ୍ ମାଚ୍ ଆଚେ ।"
35 ତାର୍ହଃଚେ ଜିସୁ ସେମଃନ୍କେ ବୁୟେଁ ବଃସୁକେ କୟ୍ଲା । 36 ଆର୍ ଜିସୁ ସେ ସାତ୍ଗଟ୍ ରୁଟି ଆର୍ ମାଚ୍କେ ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ଚେଲାମଃନ୍କେ ଦିଲା; ଆର୍ ସେମଃନ୍ ଲକ୍ମଃନ୍କେ ବାଟାକଃରି ଦିଲାୟ୍ । 37 ସଃବୁ ଲକ୍ମଃନ୍ ହେଟ୍ ହୁର୍ନେ କାୟ୍ଲାୟ୍ ଆର୍ ଚେଲାମଃନ୍ ଉବୁର୍ଲାର୍ ବାଙ୍ଗ୍ଲା ରୁଟି ବେଟି ସାତ୍ ଡଃଲା ବଃର୍ତି କଃଲାୟି । 38 କାତା ଲକ୍ମଃନ୍ ମାୟ୍ଜି ଆର୍ ସାନ୍ ହିଲାମଃନ୍କେ ଚାଡି ଚାରି ଆଜାର୍ ଅଃଣ୍ଡ୍ରାଲକ୍ ରିଲାୟ୍ ।