ଜିସୁ ଗଟେକ୍ ବୁତ୍ ଡଃସିରିଲା ହିଲାକ୍ ଉଜ୍ କଃଲା
14 ହଃଚେ ଜିସୁ ଆର୍ ତାର୍ ଚେଲାମଃନ୍ ଲକ୍ମଃନାର୍ ଚଃମେ ଆୟ୍ଲାୟ୍, ସେତି ଗଟେକ୍ ଲକ୍ ଜିସୁର୍ ଲଃଗେ ଆସି ମାଣ୍ଡିକୁଟା ଟେସି କୟ୍ଲା, 15 "ଏ ମାପୁର୍, ମର୍ ହଅକେ ଦଃୟା କଃର୍, କାୟିତାକ୍ବଃଲେକ୍ ସେ କୁନ୍ଦେଲ୍ମଃରି ବଃଡେ କଃସ୍ଟ ହାଉଁଲା, ସେ କଃବେ କଃବେ ଜୟେ, କଃବେ କଃବେ ଜାଣାୟି କୁନ୍ଦେଲ୍ ମଃରୁଲା । 16 ମୁଁୟ୍ ତର୍ ଚେଲାମଃନାର୍ ଟାଣେ ଆଣି ରିଲେ, ମଃତର୍ ସେମଃନ୍ ତାକ୍ ଉଜ୍ କଃରୁକେ ନଃହାୟ୍ଲାୟ୍ ।"
17 ଜିସୁ କୟ୍ଲା, "ଏରେ ଅବିସ୍ୱାସି ଆର୍ ବିନ୍ ବାଟେ ଜାତା ଲକ୍ମଃନ୍, କଃତି କାଳ୍ ହଃତେକ୍ ମୁଁୟ୍ ତୁମାର୍ ସଃଙ୍ଗ୍ ରଃୟ୍ନ୍ଦ୍ ? ଆର୍ କଃତେକ୍ କାଳ୍ ତୁମାର୍ ବେବାର୍ ସଃମ୍ବାଳିନ୍ଦ୍ ? ତାକ୍ ଇତି ମର୍ ଚଃମେ ଆଣା ।" 18 ଜିସୁ ବୁତ୍କେ ଗଟ୍ ଦଃକା ଦିଲାକ୍, ବୁତ୍ ତାର୍ ତଃୟ୍ହୁଣି ବାରାୟ୍ଗଃଲି, ଆର୍ ସେ ହିଲା ସେଦାହ୍ରେ ଉଜ୍ ଅୟ୍ଲା ।