ଜିସୁ ଡୁମ୍ବୁର୍ ଗଃଚ୍କେ ସାୟ୍ପ୍ ଦିଲା
18 ଆର୍କ ଦିନ୍ ସଃକାଳ୍ୟା ଜିସୁ ଜିରୁସାଲମ୍ ଗଃଳେ ବାଉଳ୍ତା ବଃଳ୍ ତାକ୍ ବୁକ୍ ଲାଗ୍ଲି । 19 ଆର୍ ବାଟ୍ ହାଳାୟ୍ ଗଟେକ୍ ଡୁମ୍ବୁର୍ ଗଃଚ୍ ଦଃକି ତାର୍ ଚଃମେ ଗଃଲା, ସେ ଗଃଚେ ହଃତାର୍ ଚାଡି କାୟିରି ହେଁ ନଃହାୟ୍ଲାକେ ସାୟ୍ପ୍ ଦଃୟି ଡୁମ୍ବୁର୍ ଗଃଚ୍କେ କୟ୍ଲା, "ସଃବୁ ଦିନ୍ ହେଁ ତର୍ ତଃୟ୍ ହଃଳ୍ ନଃଦେର ।" ସେତାର୍ଗିନେ ସେଦାହ୍ରେ ସେ ଡୁମ୍ବୁର୍ ଗଃଚ୍ ସୁକ୍ଲି ।
20 ଚେଲାମଃନ୍ ସେରି ଦଃକି କାବା ଅୟ୍କଃରି କୟ୍ଲାୟ୍, "ଡୁମ୍ବୁର୍ ଗଃଚ୍ କଃନ୍କଃରି ସେଦାହ୍ରେ ସୁକ୍ଲି ।"
21 ୨୧:୨୧ ମାତି ୧୭:୨୦; ୧ କର ୧୩:୨. ଜିସୁ ସେମଃନ୍କେ କୟ୍ଲା, "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଜଦି ତୁମାର୍ ବିସ୍ୱାସ୍ ଆଚେ, ଆର୍ ତୁମିମଃନ୍ ଅବିସ୍ୱାସ୍ ନଃକେରାସ୍, ତଃବେ ଇ ଡୁମ୍ବୁର୍ ଗଃଚ୍କେ ଜଃନ୍କାର୍ ଅୟିଆଚେ, ଅଃତେକ୍ ହଃକା କଃରାସ୍ ସେରି ନାୟ୍, ମଃତର୍ ଜଦି ଇ ଡଙ୍ଗୁର୍କେ ହେଁ ‘ଉଟ୍କି ଅୟି ସଃମ୍ନ୍ଦେ ଜାୟ୍ ଅଦୁର୍’ ବଃଲି କଃଉଆସ୍, ତଃବେ ସେରଃକମ୍ ଅୟ୍ଦ୍ । 22 ଆରେକ୍ ବିସ୍ୱାସ୍ କଃରି ପାର୍ତ୍ନା କଃରାସ୍ ଆର୍ ଜାୟ୍ରି ମାଗାସ୍ ସେରି ସଃବୁ ହାଉଆସ୍ ।"