ଜିସୁ ଜିରୁସାଲମ୍ ମନ୍ଦିର୍ ବଃସମ୍ ଅଃଉତା କଃତା କୟ୍ଲା
1 ଜିସୁ ମନ୍ଦିର୍ ବିତ୍ରେହୁଣି ବାରାୟ୍ ଜାତିରିଲା ବଃଳ୍, ତାର୍ ଚେଲାମଃନ୍ ମନ୍ଦିରାର୍ ମେଳ୍ଗଃର୍ମଃନ୍ ଦଃକାଉଁକ୍ ତାର୍ ହାକ୍ ଆୟ୍ଲାୟ୍ । 2 ତଃବେ ଜିସୁ ସେମଃନ୍କେ କୟ୍ଲା, "ତୁମିମଃନ୍ କାୟିରି ଇ ସଃବୁ ନଃଦେକୁଲାସ୍ ? ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଇ ଗଟେ ଟେଳା ଆରେକ୍ ଗଟେକ୍ ଟେଳା ଉହ୍ରେ ନଃରେୟ୍, ସଃବୁ ହେଁ ବୁୟେଁକୁଳାୟ୍ ଅୟ୍ଦ୍ ।"