ଦୁକ୍ ଆର୍ କଃସ୍ଟ
3 ତାର୍ହଃଚେ ଜିସୁ ଜିତ୍ ଡଙ୍ଗ୍ରେ ବଃସ୍ଲାକେ ଚେଲାମଃନ୍ ତାର୍ ଲଃଗେ ଲୁକ୍ଣେ ଆସି ତାକ୍ ହଃଚାର୍ଲାୟ୍, "ଅଃମିମଃନ୍କେ କଃଉ, ଇ ସଃବୁ ଗଃଟ୍ଣା କଃବେ ଗଃଟେଦ୍ ? ଆର୍ ତର୍ ଆସ୍ତାର୍ ଆର୍ ଜୁଗ୍ ସେସ୍ ଅଃଉତା ଚିନା କାୟିରି ସେରି ଅଃମିକ୍ କଃଉ ।"
4 ତଃବେ ଜିସୁ ସେମଃନ୍କେ କୟ୍ଲା, "ଜଃଗ୍ରାତ୍ ଅୟ୍ରିଆ, ଜଃନ୍କଃରି କେଏ ହେଁ ତୁମିକେ ନଃବୁଲ୍କାଉତି । 5 ବଃଲେକ୍ କଃତେକ୍ ଲକ୍ମଃନ୍ ମର୍ ନାଉଁଏ ଆସି ‘ମୁଁୟ୍ କ୍ରିସ୍ଟ ବଃଲେକ୍ ମଃସିଆ !’ ବଃଲି କୟ୍କଃରି ଗାଦି ଲକ୍ମଃନ୍କେ ବୁଲ୍କାଉତି । 6 ତୁମିମଃନ୍ ଜୁଜ୍ ଅଃଉତା କଃତା ସୁଣାସ୍ ଆର୍ ଜୁଜ୍ ଅଃଉତିରିଲାର୍ କବୁର୍ ସୁଣାସ୍, ମଃତର୍ ଜଃଗ୍ରାତ୍, ଡିରା ନାୟ୍, ବଃଲେକ୍ ଇ ସଃବୁ ବାୟ୍ଦ୍ରେ ଗଃଟେଦ୍, ମଃତର୍ ସଃଡେବଃଳ୍ ଜୁଗ୍ ନଃବୁଡେ ।