ନିକ ଆର୍ ବଃର୍ନ୍ ଦଃଙ୍ଗ୍ଳା
45 "ତଃବେ ସାଉକାର୍ ତାର୍ ଲକ୍ମଃନ୍କେ ଟିକ୍ ବେଳାୟ୍ ହଃଳିବାତ୍ୟା ଦେଉଁକେ ଜାକେ ସେମଃନାର୍ ଉହ୍ରେ ବାଚ୍ଲା ଆଚେ, ଇବାନ୍ୟା ସଃତ୍ ଆର୍ ବୁଦିର୍ ଗତିଦଃଙ୍ଗ୍ଳା କେଏ ? 46 ସାଉକାର୍ ଆସି ତାର୍ ଜୁୟି ଗତିଦଃଙ୍ଗ୍ଳାକ୍ ସେରଃକମ୍ କାମ୍ କଃର୍ତି ରିଲାର୍ ଦଃକେଦ୍, ତଃବେ ସେ ଦଃଙ୍ଗ୍ଳାର୍ ବାୟ୍ଗ୍ । 47 ମୁଁୟ୍ ତୁମିମଃନ୍କେ ସଃତ୍ କଃଉଁଲେ, ସାଉକାର୍ ସେ ଦଃଙ୍ଗ୍ଳାକେ ତାର୍ ସଃବୁ ସଃମ୍ପତି ଉହ୍ରେ ଅଃଦିକାର୍ ଦଃୟ୍ଦ୍ । 48 ମଃତର୍ ଜଦି ସେ ଦୁସ୍ଟ୍ ଗତିଦଃଙ୍ଗ୍ଳା ମର୍ ସାଉକାର୍ ଆସ୍ତାର୍ ବିଲମ୍ କଃରେଦ୍ ବଃଲି ମଃନ୍ ବିତ୍ରେ କୟ୍, 49 ଅଃହ୍ଣାର୍ ସଃଙ୍ଗାର୍ ଗତିଦଃଙ୍ଗ୍ଳାମଃନ୍କ୍ ମାଡ୍ ମାରୁକ୍ ଦଃରେଦ୍ ଆର୍ ମଃଦୁଆ ମଃନାର୍ ସଃଙ୍ଗ୍ କାଉଆ ହିଉଆ କଃରେଦ୍, 50 ସେବାନ୍ୟା ଅୟିଲେକ୍ ଜୁୟି ଦିନ୍ ସେ ଜାଗି ନଃରେୟ୍, ଆର୍ ଜୁୟି ବେଳା ଗତିଦଃଙ୍ଗ୍ଳା ଜାଣି ନଃରେୟ୍, ସେ ଦିନ୍ ଆର୍ ସେ ବେଳାୟ୍ ତାର୍ ସାଉକାର୍ ଆସେଦ୍ । 51 ଆରେକ୍ ସାଉକାର୍ ସେ ଗତିଦଃଙ୍ଗ୍ଳାକ୍ କଃଣ୍ଡ୍ କଃଣ୍ଡ୍ କଃରି କାଟି ହେଟ୍କପଟ୍ୟା ମଃନାର୍ ସଃଙ୍ଗ୍ ବାଗ୍ ବାଟା ଟିକ୍ କଃରେଦ୍; ସେତି ସେ କାନ୍ଦି କାନ୍ଦି ଦାତ୍ ଚାବି ଅୟ୍ଦ୍ ।"