ଜିସୁକେ ମାରୁକ୍ ଜିଉଦି ବଃଡ୍ ଲକ୍ମଃନ୍ କୁଟ୍ କଃଲାୟି
1 ଜିସୁ ଇ ସଃବୁ କଃତା କୟ୍ଲା ହଃଚେ, ତାର୍ ଚେଲାମଃନ୍କେ କୟ୍ଲା, 2 "ମୁକ୍ଳାଉଁଣି ହଃର୍ବ୍ ଅଃଉଁକେ ଅଃବେ ଦୁୟ୍ ଦିନ୍ ଆଚେ, ଇରି ତୁମିମଃନ୍ ଜାଣାସ୍ । ଆରେକ୍ ସଃଡେବଃଳ୍ କ୍ରୁସ୍ କାଟେ ମଃରୁକ୍ ନଃରାର୍ ହୟିସି ସଃହ୍ରି ଅୟ୍ଦ୍ ।"
3 ସଃଡେବଃଳ୍ ବଃଡ୍ ଜାଜକ୍ ଆର୍ ଲକ୍ମଃନାର୍ ପାରାଚିନ୍ମଃନ୍ କୟାପା ନାଉଁଆର୍ ମୁଳ୍ ଜାଜକାର୍ କୁଆଳେ ରୁଣ୍ଡ୍ଲାୟ୍ । 4 ଆର୍ ସେମଃନ୍ ଜିସୁକେ କେଏ ନଃଜାଣ୍ଲା ହର୍ ଦଃରି ମାରୁକ୍ କୁଟ୍ କଃଲାୟି । 5 ମଃତର୍ ସେମଃନ୍ କୟ୍ଲାୟ୍, "ହଃର୍ବ୍ ବଃଳ୍ ନୟ୍, କେଜାଣ୍ ଲକ୍ମଃନାର୍ ବିତ୍ରେ ମାଡ୍ଗଳ୍ ଅଃଉତି ।"
ବେତନିଆ ଗାଉଁଏ ଗଟେକ୍ ମାୟ୍ଜି ଜିସୁର୍ ମୁଣ୍ଡେ ଚିକଣ୍ ଡାଳ୍ଲି
6 ଜିସୁ ବେତାନିଆର୍ ବଃଡ୍ ରଗେ ହୁଣି ଉଜ୍ ଅୟ୍ରିଲା ସିମନ୍ ଗଃରେ ରିଲାବଃଳ୍, 7 ୨୬:୭ ଲୁକ ୭:୩୭,୩୮.ଗଟ୍ ମାୟ୍ଜି ଆଲାବାସ୍ଟେର୍ ନାଉଁଆର୍ ଟେଳାୟ୍ ତିଆର୍ ଅୟ୍ଲା କଣ୍ଡାୟ୍ ବେସି ମଲାର୍ ବାସ୍ନା ଚିକଣ୍ ଦଃରି ଜିସୁର୍ ହାକ୍ ଆୟ୍ଲି, ଆର୍ ଜିସୁ କାଉଁକେ ବଃସି ରିଲାବଃଳ୍ ତାର୍ ମୁଣ୍ଡେ ଡାଳୁକ୍ ଦଃର୍ଲି । 8 ଚେଲାମଃନ୍ ଇ ସଃବୁ ଦଃକି ରିସା ଅୟି ତାକ୍ କୟ୍ଲାୟ୍, "ଅଃତେକ୍ ଚିକଣ୍ କାୟିତାକ୍ ହର୍ଚ୍ ଅଃଉଁଲି ? 9 ଇ ଚିକଣ୍ ତ ବୁତେକ୍ ମଲେ ବିକିକଃରି ସେ ଡାବୁ ନୟ୍ଲା ଲକ୍ମଃନ୍କେ ଦିଲେକ୍ ଅୟ୍ଲି ହୁଣି ।"
10 ଜିସୁ ଚେଲାମଃନାର୍ କଃତା ସୁଣି ସେମଃନ୍କେ କୟ୍ଲା, "କାୟିତାକ୍ ତୁମିମଃନ୍ ଇ ମାୟ୍ଜିଟକିକ୍ କଃସ୍ଟ ଦେଉଁଲାସ୍ ? ସେ ତ ମର୍ ଗିନେ ଗଟେକ୍ ବଃଡେ ନିକ ଆର୍ ସୁନ୍ଦୁର୍ କାମ୍ କଃରି ଆଚେ । 11 ଗଃରିବ୍ ଲକ୍ମଃନ୍ ତ ସଃବୁବଃଳ୍ ତୁମାର୍ ସଃଙ୍ଗେ ଆଚ୍ତି, ମଃତର୍ ମୁଁୟ୍ ସଃବୁ ବଃଳ୍ ତୁମାର୍ ସଃଙ୍ଗ୍ ନଃରେୟ୍ । 12 ମଃତର୍ ସେ ମର୍ ଗଃଗାଳ୍ ଉହ୍ରେ ବାସ୍ନା ଚିକଣ୍ ଡାଳି ମକ୍ ତହ୍ତା ଦିନାର୍ ଗିନେ ତିଆର୍ କଃଲା ହର୍ ଇରି କଃରି ଆଚେ । 13 ମୁଁୟ୍ ତୁମିକେ ସଃତ୍ କଃଉଁଲେ, ଗୁଳା ଜଃଗତାର୍ ଜୁୟି ଜୁୟି ଜଃଗାୟ୍ ନିକ କବୁର୍ ପର୍ଚାର୍ ଅୟ୍ଦ୍, ସେ ଟାଣେ ଇ ମାୟ୍ଜିଟକିକ୍ ମଃନେ ହଃକାଉତା ଗିନେ ସେ କଃରି ରିଲା ଇ କାମାର୍ କଃତା ହେଁ କଃଉଆ ଅୟ୍ଦ୍ ।"
ଜିସୁକେ ଦଃରାୟ୍ ଦେଉଁକେ ଜିଉଦା ରାଜି ଅୟ୍ଲା
14 ସଃଡେବଃଳ୍ ବାରଗଟ୍ ଚେଲାମଃନାର୍ ବିତ୍ରେ ଇସ୍କାରିଅତ୍ ଜିଉଦା ନାଉଁଆର୍ ଗଟ୍ ଚେଲା ଜାଜକ୍ ହାକ୍ ଜାୟ୍କଃରି କୟ୍ଲା, 15 "ମକ୍ କାୟିରି ଦିଆସ୍ କଃଉଆ, ମୁଁୟ୍ ଜିସୁକେ ଦଃରାୟ୍ ଦଃୟ୍ନ୍ଦ୍ ?" ସେତାକ୍ ସେମଃନ୍ ତାକ୍ ତିରିସ୍ ଗଟ୍ ରୁହା ଟଃକା ଗଃଣିକଃରି ଦିଲାୟ୍ । 16 ସଃଡେବଃଳ୍ ହୁଣି ଜିଉଦା ଜିସୁକେ ସେମଃନାର୍ ଆତେ ଦଃରାୟ୍ ଦେଉଁକେ ବାଟ ଲଳୁକ୍ ଦଃର୍ଲା ।
ଜିସୁ ନିସ୍ତାର୍ ହଃର୍ବାର୍ ବଜି କାୟିଲା
17 କମିର୍ ନୟ୍ଲା ରୁଟି ହଃର୍ବାର୍ ହଃର୍ତୁମ୍ ଦିନ୍ ଚେଲାମଃନ୍ ଜିସୁର୍ ଲଃଗେ ଆସିକଃରି ହଃଚାର୍ଲାୟ୍, "ଅଃମିମଃନ୍ କୁୟ୍ଟାଣେ ମୁକ୍ଳାଉଁଣି ହଃର୍ବ୍ ବଜି ତିଆର୍ କଃରୁନ୍ଦ୍ ବଃଲି ତୁୟ୍ ମଃନ୍ କଃରୁଲିସ୍ ?"
18 ଜିସୁ ଚେଲାମଃନ୍କେ କୟ୍ଲା, "ଗଃଳ୍ ବିତ୍ରେ ହଃଲ୍ନା ଲକାର୍ ହାକ୍ ଜାୟ୍, ତାକ୍ କଃଉଆ, ଗୁରୁ କଃଉଁଲା, ‘ମର୍ ବେଳା ଚଃମେ ଅୟ୍ଲିନି, ମୁଁୟ୍ ମର୍ ଚେଲାମଃନାର୍ ସଃଙ୍ଗ୍ ତର୍ ଗଃରେ ମୁକ୍ଳାଉଁଣି ହଃର୍ବ୍ କାଉଁନ୍ଦ୍ ।’"
19 ସେତାକ୍ ଚେଲାମଃନ୍ ଜିସୁ କୟ୍ଲା ହର୍ ମୁକ୍ଳାଉଁଣି ହଃର୍ବ୍ ବଜି ତିଆର୍ କଃଲାୟି ।
20 ହଃଚେ ସଃଞ୍ଜ୍ ଅୟ୍ଲାକ୍ ଜିସୁ ତାର୍ ବାରଗଟ୍ ଚେଲାମଃନାର୍ ସଃଙ୍ଗ୍ କାଉଁକେ ବଃସ୍ଲା ।
21 ସେମଃନ୍ କାତି ରିଲାବଃଳ୍ ଜିସୁ କୟ୍ଲା, "ମୁଁୟ୍ ତୁମିକେ ସଃତ୍ କଃଉଁଲେ, ତୁମାର୍ ବିତ୍ରେ ଗଟ୍ଲକ୍ ମକ୍ ସଃତ୍ରୁମଃନାର୍ ଆତେ ଦଃରାୟ୍ ଦଃୟ୍ଦ୍ ।"
22 ଇ କଃତା ସୁଣି ଚେଲାମଃନ୍ ବଃଡେ ଦୁକ୍ କଃଲାୟି, ଆର୍ ସଃବୁ ଚେଲା ଜିସୁକେ ହଃଚାରୁକ୍ ଦଃର୍ଲାୟ୍, "ମାପୁର୍ ମୁଁୟ୍ କି ସେ ଲକ୍ ?"
23 ଜିସୁ କୟ୍ଲା, "ଜେ ମର୍ ସଃଙ୍ଗ୍ କପାୟ୍ ଆତ୍ ବୁଡାୟ୍ଦ୍, ସେ ମକ୍ ସଃତ୍ରୁର୍ ଆତେ ସଃହ୍ରି ଦଃୟ୍ଦ୍ । 24 ନଃରାର୍ ହୟ୍ସିର୍ କଃତା ସାସ୍ତରେ ଜଃନ୍କଃରି ଲେକା ଅୟିଆଚେ, ସେରଃକମ୍ ସେ ମଃରୁକ୍ ଜଃଉଁଲା ସଃତ୍, ମଃତର୍ ଜୁୟି ଲକାର୍ ଆତେହୁଣି ନଃରାର୍ ହୟିସି ସଃତ୍ରୁର୍ ଆତେ ଦଃରାୟ୍ ଅଃଉଁଲା, ଚି ସେ ଦଃଣ୍ଡାର୍ ଜୟ୍ଗ୍, ସେଲକାର୍ ଜଃଲମ୍ ଅୟ୍ନଃରିଲେକ୍ ନିକ ଅୟ୍ଲି ହୁଣି ।"
25 ଇତାକ୍ ଜୁୟି ଜିଉଦା ଜିସୁକେ ସଃତ୍ରୁର୍ ଆତେ ସଃହ୍ରିଦିଲା, ସେ ହଃଚାର୍ଲା, "ଗୁରୁ, ସେ ଲକ୍ କି ମୁଁୟ୍ ?"
ଜିସୁ ତାକ୍ କୟ୍ଲା, "ହେଁ ତୁୟ୍ କୟ୍ ଆଚ୍ସି ।"
ମାପ୍ରୁବଜି
26 ଆର୍ ସେମଃନ୍ କାତି ରିଲାବଃଳ୍ ଜିସୁ ରୁଟି ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ସେରି ଆସିର୍ବାଦ୍ କଃରି ଚେଲାମଃନ୍କେ ଦଃୟି କୟ୍ଲା, "ନିଆ କାହା, ଇରି ମର୍ ଗଃଗାଳ୍ ।"
27 ହଃଚେ ସେ ଗଟେକ୍ କପାୟ୍ ଅଙ୍ଗୁର୍ ରଃସ୍ ଦଃରି ଇସ୍ୱର୍କେ ଦନ୍ୟବାଦ୍ ଦିଲା ଆର୍ ଚେଲାମଃନ୍କେ ଦଃୟି କୟ୍ଲା, "ଇରି ସଃବୁଲକ୍ ଡୁକା, 28 ଇରି ମର୍ ବଃନି, ଲକ୍ମଃନାର୍ ହାହ୍ କେମା ଗିନେ ମୁଁୟ୍ ମର୍ ଜୁୟି ବଃନି ଡାଳି ଦେଉଁକେ ଜଃଉଁଲେ, ଜୁୟ୍ରି ଇସ୍ୱରାର୍ ନଃଉଆଁ ବିଦିର୍ ଗଟ୍ ଚିନା ।