ଗେତ୍ସିମନି ବାଳେ ଜିସୁର୍ ପାର୍ତ୍ନା
36 ଇତାର୍ହଃଚ ଜିସୁ ତାର୍ ଚେଲାମଃନାର୍ ସଃଙ୍ଗ୍ ଗେତ୍ସିମନି ନାଉଁଆର୍ ବାଳେ ଗଃଲାୟି, ଜିସୁ ତାର୍ ଚେଲାମଃନ୍କେ କୟ୍ଲା, "ସେତି ଜାୟ୍ ମୁଁୟ୍ ପାର୍ତ୍ନା କଃରି ଆସ୍ତା ହଃତେକ୍ ତୁମିମଃନ୍ ଇତି ବଃସିରିଆ ।" 37 ଜିସୁ ପିତର୍ ଆର୍ ଜେବଦିର୍ ଜୁଳେକ୍ ହୟ୍ସିକ୍ ସଃଙ୍ଗେ ନିଲା, ଆର୍ ସେ ମଃନ୍ ବିତ୍ରେ ବଃୟା ବିକଳ୍ ଅଃଉଁକେ ଦଃର୍ଲା, 38 ଆର୍ ଜିସୁ ସେମଃନ୍କେ କୟ୍ଲା, "ମର୍ ହଃରାଣ୍ ମଃର୍ତା ହର୍ ଉକ୍ଳି ଜଃଉଁଲି, ତୁମିମଃନ୍ ଇତି ରଃୟ୍ ଜାଗିରିଆ ।"
39 ଆରେକ୍ ଜିସୁ ଅଃଳକ୍ ଦୁରି ଆଗେ ଜାୟ୍କଃରି ମାଣ୍ଡିକୁଟା ଦଃୟି ପାର୍ତ୍ନା କଃରି କୟ୍ଲା, "ଏ ମର୍ ଉବା, ଜଦି ତର୍ ଇଚା, ତଃବେ ଇ ଦୁକ୍ କଃସ୍ଟାର୍ କପା ମର୍ ତଃୟ୍ହୁଣି ଦୁର୍ ଅଃଉଅ, ମଃତର୍ ଇରି ମର୍ ଇଚା ନାୟ୍, ତର୍ ଇଚା ।"
40 ଆର୍ ସେ ଚେଲାମଃନାର୍ ହାକ୍ ଆସି ସେମଃନ୍କେ ସଇରିଲାର୍ ଦଃକ୍ଲା, ଆର୍ ସେ ପିତର୍କେ କୟ୍ଲା, "ତୁମିମଃନ୍ କାୟି ମର୍ ସଃଙ୍ଗ୍ ଚଃନେକ୍ ହେଁ ଜାଗୁ ନାହାର୍ଲାସ୍ ? 41 ତୁମିମଃନ୍ ହାନ୍ଦାୟ୍ ଜଃନ୍କଃରି ନଃହେଳାସ୍, ଇତାର୍ ଗିନେ ଜାଗି ରଃୟ୍ ପାର୍ତ୍ନା କଃରା; ତୁମାର୍ ଆତ୍ମାର୍ ଇଚା ସଃତ୍, ମଃତର୍ ଗଃଗାଳ୍ ଦୁର୍ବୁଳ୍ ।"
42 ଆରେକ୍ ଜିସୁ ଆରେକ୍ ଗଟ୍ତର୍ ଜାୟ୍ ପାର୍ତ୍ନା କଃରି କୟ୍ଲା, "ଏ ମର୍ ଉବା, ନଃଡୁକ୍ଲେକ୍ ଦୁକ୍ କଃସ୍ଟାର୍ କପା ଜଦି ମର୍ ତଃୟ୍ହୁଣି ଦୁର୍ ଅଃଉଁ ନାହାରେ, ତଃବେ ତର୍ ଇଚା ହୁରୁଣ୍ ଅଃଉଅ ।" 43 ତାର୍ହଃଚେ ଜିସୁ ବାଉଳି ଆସି ଆରେକ୍ ଚେଲାମଃନ୍କେ ସଇରିଲାର୍ ଦଃକ୍ଲା, ବଃଲେକ୍ ସେମଃନାର୍ ଆକି ନିଦେ ଡାହି ଅଃଉତି ରିଲି ।
44 ସେତାକ୍ ଜିସୁ ଚେଲାମଃନ୍କେ ଚାଡି ଆରେକ୍ ପାର୍ତ୍ନା କଃରୁକେ ଗଃଲା, ଆରେକ୍ ଗଟ୍ତର୍ ସେରଃକମ୍ କଃତା କୟ୍କଃରି ତିନିଜରା ପାର୍ତ୍ନା କଃଲା । 45 ତାର୍ହଃଚେ ସେ ଚେଲାମଃନାର୍ ଲଃଗେ ବାଉଳି ଆସିକଃରି ସେମଃନ୍କେ କୟ୍ଲା, "ଚଃନେକ୍ ହର୍ ସଇକଃରି ବିସାଉଆ, ଦଃକା ସେ ବେଳ୍ ଚଃମେ ହଚ୍ଲିନି । ଆରେକ୍ ନଃରାର୍ ହୟିସି ହାହିମଃନାର୍ ଆତେ ସଃହ୍ରି ଅଃଉଁକେ ଜଃଉଁଲା । 46 ଉଟା, ଅଃମିମଃନ୍ ଜୁଆଁ, ହଦେ ଦଃକା ! ଜେ ମକ୍ ସଃତ୍ରୁର୍ ଆତେ ଦଃରାୟ୍ ଦଃୟ୍ଦ୍ ସେ ମର୍ ଲଃଗେ ଆସି କେଟ୍ଲାବେ ।"