ଜିଉଦାର୍ ମଃର୍ନ୍
3 ୨୭:୩ ପେରି ୧:୧୮,୧୯. ସଃଡେବଃଳ୍ ଜିସୁକେ ସଃତ୍ରୁର୍ ଆତେ ସଃହ୍ରି ଦିଲା ଜିଉଦା, ଜିସୁ ମଃର୍ନ୍ ଦଃଣ୍ଡ୍ ହାୟ୍ଁ ଆଚେ, ଇରି ଦଃକିକଃରି ସେ ନିଜାର୍ ବୁଲ୍ କାମ୍କେ ଏତାୟ୍ ଦୁକ୍କଃରି ମଃନ୍ବାଦ୍ଲାୟ୍ ବଃଡ୍ ଜାଜକ୍ ଆର୍ ପାରାଚିନ୍ମଃନାର୍ ଲଃଗେ ସେ ତିରିସ୍ ଗଟ୍ ରୁହା ଟଃକା ବାଉଳାୟ୍ ଦଃୟି କୟ୍ଲା, 4 "ମୁଁୟ୍ ଗଟେକ୍ ନିର୍ଦସି ଲକ୍କେ ମଃର୍ନ୍ ଦଃଣ୍ଡ୍ ହାଉଁକ୍ ସଃହ୍ରି ଦଃୟି ହାହ୍ କଃରିଆଚି ।"
ମଃତର୍ ସେମଃନ୍ କୟ୍ଲାୟ୍, "ସେ କଃତାୟ୍ ଅଃମାର୍ କାୟିରି ଆଚେ ? ସେ କଃତା ତୁୟ୍ ବୁଜ୍ ।"