44 ମଃତର୍ ମୁଁୟ୍ ତୁମିମଃନ୍କେ କଃଉଁଲେ, ତୁମିମଃନାର୍ ସଃତ୍ରୁମଃନ୍କେ ଲାଡ୍ କଃରା, ଆର୍ ଜୁୟି ଲକ୍ମଃନ୍ ତୁମିକେ କଃସ୍ଟ ଦେତି, ସେମଃନାର୍ ଗିନେ ପାର୍ତ୍ନା କଃରା, 45 ଜଃନ୍କଃରି ତୁମିମଃନ୍ ତୁମାର୍ ସଃର୍ଗାର୍ ଉବାଦିର୍ ହୟିସି ଅଃଉଆସ୍; ସେ ତ ମିଚ୍ ଆର୍ ସଃତ୍ ଲକାର୍ ଉହ୍ରେ ଅଃହ୍ଣାର୍ ବେଳ୍ ଉଦାଉଁଲା, ଆରେକ୍ ଦଃର୍ମି ଆର୍ ଅଃଦଃର୍ମି ଲକ୍ମଃନାର୍ ଉହ୍ରେ ବଃର୍ସା ମାରାଉଁଲା ।