20 ଆର୍ ବାର ବଃର୍ସ୍ ହଃତେକ୍ ଗଃଗାଳ୍ଜାତା ରଗ୍ ଅୟ୍ରିଲା ଗଟ୍ ମାୟ୍ଜି ଜିସୁର୍ ହଃଚ୍ବାଟ୍ୟା ଆସି ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲି । 21 ବଃଲେକ୍ ସେ ମଃନେ ମଃନେ କଃଉତି ରିଲି, "ତାର୍ ହଃଚ୍ୟାର୍ ଆଚଳ୍ ଚୁୟ୍ଲେକ୍ ମୁଁୟ୍ ଉଜ୍ ଅୟ୍ନ୍ଦ୍ ।"
22 ମଃତର୍ ଜିସୁ ହଃଚ୍ବାଟ୍ ଉଲ୍ଟି କଃରି ତାକ୍ ଦଃକି କୟ୍ଲା, "ଏ ନୁନି, ସାସ୍ ଦଃର୍, ତର୍ ବିସ୍ୱାସ୍ ତକେ ନିକ କଃଲି ।" ତଃତ୍କାଣ୍ ସେ ମାୟ୍ଜି ଉଜ୍ ଅୟ୍ଲି ।