9 ଯିହୁଦା ସିଂହଶାବକ;
ହେ ପୁତ୍ର, ତୁମ୍ଭେ ମୃଗ ବିଦାରଣରୁ ଉଠି ଆସିଲ;
ସେ ନଇଁ ପଡ଼ିଲା, ସେ ସିଂହ
ଓ ସିଂହୀର ନ୍ୟାୟ ଶୟନ କଲା, କିଏ ତାହାକୁ ଉଠାଇବ?
10 ଶୀଲୋର ଆଗମନ ପର୍ଯ୍ୟନ୍ତ49:10 ସେ ଶୀଲୋକୁ ଆସିବା ପର୍ଯ୍ୟନ୍ତ କିମ୍ବା ସେ ଯାହାର ଅଟେ ତାହା ପାଖକୁ ଆସିବା ପର୍ଯ୍ୟନ୍ତ ଯିହୁଦାଠାରୁ ରାଜଦଣ୍ଡ
ଓ ତାହାର ଚରଣଦ୍ୱୟ ମଧ୍ୟରୁ ବିଚାରକର୍ତ୍ତାର ଯଷ୍ଟି ଯିବ ନାହିଁ;
ତାହାଙ୍କ ନିକଟରେ ଲୋକମାନେ ଅଧୀନତା ସ୍ୱୀକାର କରିବେ।