2 ଏ଼ୱାଣି ସା଼ଲୱି କିତି ମୂଲୁ ବାର୍ସାତା ନା଼ନୁ, ଦାନିୟେଲ, ସା଼ସ୍ତେରି ତଲେ ବାର୍ସାତି ଲେକା ଇଚିହିଁ, ଜିରୁସାଲମତି ନା଼ସାଆ଼ତି ବେ଼ଲାତି ତୀନି କ଼ଡ଼ି ଦସ ବାର୍ସା ଆ଼ନି କାତା ପ୍ରବୁତି ଏମିନି ମାହାପୂରୁ ବ଼ଲୁ ୱେହ୍ନି ଜିରିମିୟ ତା଼ଣା ୱା଼ହାମାଚେ, ଏ଼ଦାଆଁ ନା଼ନୁ ତେଲ୍ହିତେଏଁ। 3 ଏ଼ଦାଆଁତାକି ନା଼ନୁ ଗ଼ଣି ତୁର୍ହାଁ ଅ଼ଡ଼େ ଦାର୍ମ୍ବୁ ରୁବାକଡାହାଁ ଉପାସା ଅ଼ଡ଼େ ପ୍ରା଼ତାନାତା ବାତିମା଼ଲିହିଁ ପ୍ରବୁ ମାହାପୂରୁଇଁ ପାରାଲି ତାକି ଏ଼ୱାଣି ୱାକି ସିନିକିତେଏଁ।
Publicidade