24 "ହୁକୁମି ଊରିନାଣି ରା଼ପ୍ହାଲି ଅ଼ଡ଼େ ପା଼ପୁତି ରା଼ପ୍ହାଲି ଲାଗେଏତି କାମାତି ପୂଜା ଅ଼ଡ଼େ କା଼ଲେଏ ଡ଼ୟିନି ଦାର୍ମୁ ତାଚାଲି ଇଞ୍ଜାଁ ସେୟାଁଣା ହାପାନା ଅ଼ଡ଼େ ନ଼କିତା ଆ଼ନି ବ଼ଲୁ ବୁଟୁ ମୁଦ୍ରା କିହାଲି ଅ଼ଡ଼େ ସୁଦୁ ଟା଼ୟୁତି ବ଼ର ହୀହାଲି ନୀ ଲ଼କୁ ଅ଼ଡ଼େ ନୀ ସୁଦୁ ଗା଼ଡ଼ା ତାକି ତୀନି କ଼ଡ଼ି ଦସା ୱା଼ରା ତୀରି ଆ଼ହାମାନେ। 25 ଏ଼ଦାଆଁତାକି ନୀନୁ ପୁନାମୁ ଅ଼ଡ଼େ ତେଲ୍ହାମୁ, ଜିରୁସାଲମତି ୱେଣ୍ତେ ତୀରି କିହାଲି ଅ଼ଡ଼େ ତିୟାରା କିହାଲି ହୁକୁମି ହୀପ୍କିଆ଼ତି ଦିନାଟିଏ ସା଼ଲୱି କିନାସି, ବ଼ରଗାଟି ମାଣ୍ସିତି ପାତେକା ସା଼ତା ୱା଼ରା ଆ଼ନେ; ଇଞ୍ଜାଁ, କସ୍ତତି ବେ଼ଲାତା ଏ଼ଦି ସାହ୍ଡ଼ା ଅ଼ଡ଼େ ତାୟିପାରି କିନାଣି ତଲେ ତୀନି କ଼ଡ଼ି ରୀ ୱା଼ରା ୱେଣ୍ତେ ତିୟାରା ଆ଼ନେ। 26 ଇଞ୍ଜାଁ, ତୀନି କ଼ଡ଼ି ରୀ ୱା଼ରା ଡା଼ୟୁ ଆ଼ଚିତି ମାଣ୍ସି ପା଼ୟ୍ୱି ଆ଼ନେସି ଅ଼ଡ଼େ ଏ଼ୱାସି ଏ଼ନାଆଁ କିହାଲି ଆ଼ଡଅସି; ଅ଼ଡ଼େ, ଡା଼ୟୁ ସା଼ଲୱି କିହାଲି ୱା଼ନାଣି ଲ଼କୁ ଗା଼ଡ଼ା ଅ଼ଡ଼େ ଦାର୍ମୁତି ଇଲୁ ନା଼ସା କିନେରି ଅ଼ଡ଼େ ଏ଼ ସା଼ଲୱି କିନାସି ରା଼ଜି ବୀଡ଼ୱି ଆ଼ନିଲେହେଁ ନା଼ସା ଆ଼ନେସି, ଇଞ୍ଜାଁ ରା଼ନି ପାତେକା ଜୁଜୁ ଆ଼ନେ; ଅ଼ଡ଼େ ଏ଼ୱାଣି ନା଼ସା ଆ଼ନାୟି ତୀରି ଆ଼ହାମାନେ। 27 ଇଞ୍ଜାଁ, ଏ଼ୱାସି ର଼ ୱା଼ରା ପାତେକା ହା଼ରେକା ତଲେ ଆ଼ଟ୍ୱା ରା଼ଜିମା଼ନା କିନେସି ଅ଼ଡ଼େ ୱା଼ରାତି ଆଦା ଦିନା ହୂଡିନି ପୂଜା ପିସ୍ପି କିନେସି; ଅ଼ଡ଼େ, ଅ଼ପାଆଗାଟି ଦିଣ୍ସୁ ବାରେ ନା଼ସା କିନାସି ରଅସି ୱା଼ନେସି; ଇଞ୍ଜାଁ, ତୀରି କିହାମାନାୟି ଆ଼ନି ପାତେକା ନା଼ସା କିନାଣି ଲାକ କାର୍ବି ୱା଼କ୍ନେସି।"
Publicidade