44 ବାଲିବୁମିଦୁ ମା ଡକ୍ରାଦାଦାରି ୱାଲେ ମାପୁରୁଦି ତେବାନିକା ଗୁଡ଼ା ମାର୍ହାତ୍ । ମାପୁରୁ ମୋସେଙ୍ଗ୍ ଏଣ୍ତେସ୍ ତିଆର୍ କିଦେଙ୍ଗ୍ ଇର୍ହାମାର୍ହାନ୍ ମାରି ମୋସାଦିଙ୍ଗ୍ ଏମେ ସାରି ତର୍ତାମାର୍ହାନ୍, ଇକା ଆୟାୱାଜା ତିଆର୍ ଆତାମାର୍ହାତ୍ । 45 ୱେନ୍କା ମା ଡକ୍ରାଦାଦାରି ଲୋକା ବୁବାସିରି ମାଣ୍କୁ ପୟ୍ତିମାର୍ହି ଆୟା ଗୁଡ଼ାଦିଙ୍ଗ୍ ଜିହୋସିୟଦି ୱାଲେ ପିଣ୍ତ୍ଜି ଅସି ସର୍ହାର୍ ମାରି ମାପୁରୁଦି ମାଣାନ୍ ପେରାୟ୍ ଆତିମାର୍ଇ ଆଇ ଦେସ୍ ଅଦିକାର୍ କିତାର୍ । ଦାଉଦ ରାଜାଦି ସମୟ ସାନ୍ଦି ଆବେ ତେବାତାତ୍ । 46 ୱାନ୍ ମାପୁରୁଦିମାଣାନ୍ ଦୟା ପୟ୍ଜି ଜାକୁବଦି ମାପୁରୁଦି ଉଣ୍ତିଙ୍ଗ୍ ଉଣ୍ତ୍ରି ତେବାନି ମନ୍ଦିର୍ ତିଆର୍ କିଦେଙ୍ଗ୍ ୱାନି ସାରି ବଦାକିତାମାର୍ହାନ୍ । 47 ମାତର୍ ୱେନ୍କା ଆୟା ତେବାନି ଇଲୁ ତିଆର୍ କିତାନ୍ ସଲମନ୍ ।
48 ମାତର୍ ୱିଜେରିଙ୍ଗ୍ ପେରି ମାପୁରୁ ଲୋକାମାଣାନ୍ ତିଆର୍ ଆତି ଇଲ୍କାଙ୍ଗ୍ ବାସାଏନ୍ । ଇୟା ବିସୟ୍ତାନ୍ ବାବବାଦି ରାସ୍ତାମାନାନ୍;
49 "ପ୍ରବୁ ଇନାନ୍, ମୁସ୍କୁପୁର୍ ନା ବାସ୍ନି ଗାଦି
ମାରି ଦୁନିଆ ନା ପାଦାମ୍ ଇଡ୍ନି ବାଡି ମିର୍
ନା ଉଣ୍ତିଙ୍ଗ୍ ଏଣ୍ତେସ୍ ନାନି ଇଲୁ ତିଆର୍ କିନିଦେର୍ ?
ନା ରମ୍ନି ଉଣ୍ତିଙ୍ଗ୍ ବାଡି ଏମେ ?
50 ଇୟାୱିଜୁ ବିସୟ୍ ଇନିକା ନାନ୍ ନିଜେ ତିଆର୍ କିଏ ନୋ ?"