18 ସିମୋନ୍ ସୁଡ଼ୁତାନ୍ ଜେ, ପ୍ରେରିତ ସିସୁର୍ ବିସ୍ବାସିରି ମୁସ୍କୁ କିୟୁ ଇଟ୍ତାର୍ଆକା ୱାର୍ ପବିତ୍ର ଆତ୍ମା ପୟ୍ତାର୍ । ଆବେଟ୍ ୱାନ୍ ପିତର୍ ନି ଜୋହନତିଙ୍ଗ୍ ଡାବୁଙ୍ଗୁଁ ଜାସେ କିଜି ଇର୍ହାନ୍, 19 "ନାନ୍ ଆଇୱାରି ମୁସ୍କୁ କିୟୁ ଇଟ୍ତିଙ୍ଗ୍, ୱାର୍ ଏଣ୍ତେସ୍ ପବିତ୍ର ଆତ୍ମା ପୟ୍ଦେଙ୍ଗ୍ ଆଟ୍ନାର୍, ଇୟାଉଣ୍ତିଙ୍ଗ୍ ନାଙ୍ଗିଁ ଇୟା ସାକ୍ତି ନି ଅଦିକାର୍ ସିଦା ।"
20 ମାତର୍ ପିତର୍ ୱାନିଙ୍ଗ୍ ଇର୍ହାନ୍, "ନି ୱାଲେ ନି ଡାବୁଙ୍ଗୁଁ ଦ୍ୱଂସ ଆପିତ୍, ଇରିଙ୍ଗ୍ ଡାବୁଦାନ୍ ନିନ୍ ମାପୁରୁଦି ଦାନ୍ କଣ୍ତେଙ୍ଗ୍ ଅଡ଼୍ବିତିମାନି ! 21 ମା ପାଣିଦୁ ନି ଇନି ବାଗ୍ ସିଲେତ୍ । ଇରିଙ୍ଗ୍ ମାପୁରୁଦି ଆଗ୍ଡ଼ି ନି ଜିବନ୍ ନେଗିକା ସିଲେତ୍ । 22 ଆଦେଙ୍ଗ୍ ନି ଇୟା ତାଗ୍ଇ ମାଟା ଉଣ୍ତିଙ୍ଗ୍ ମନ୍ ଡ଼େପ୍ଆ, ଇୟାୱାଜା ବିସୟ୍ ସିନ୍ତା କିତିମାନିଙ୍ଗ୍ ପ୍ରବୁ ଏଣ୍ତେସ୍ କେମା କିନାନ୍, ଆୟାଉଣ୍ତିଙ୍ଗ୍ ପ୍ରବୁଙ୍ଗ୍ ପାର୍ତନା କିଆ । 23 ଇରିଙ୍ଗ୍ ନାନ୍ ସୁଡ଼ୁଜିନା ଜେ ନି ଜିବନ୍ ରିସାଦୁ ପୁରା ଆତାମାନାତ୍, ନିନ୍ ପାପ୍ ଗାଟିଦୁ ତରାତିମାନି ।"
24 ସିମୋନ୍ ଜୋହନ ନି ପିତର୍ତିଙ୍ଗ୍ ଇର୍ହାନ୍, "ମିର୍ ଆମା ୱିଜୁ ଇର୍ଇଦେର୍, ଆକା ଏଣ୍ତେସ୍ ନା ଉଣ୍ତିଙ୍ଗ୍ ଗଟାଏତ୍, ଇୟାଉଣ୍ତିଙ୍ଗ୍ ଦୟାକିଜି ପ୍ରବୁଦି ଆଗ୍ଡ଼ି ପାର୍ତନା କିଦୁ ।"