ହାର୍ଦି ହିକ୍ୟା
1 ଦାଉଦ୍ତି ମାଜ଼଼ି ଇସ୍ରାଏଲ୍ନି ରାଜା ସଲମନ୍ତି ହାର୍ଦିହିକ୍ୟା; 2 ଗିୟାନ୍ ଆରି ହାର୍ଦି ହିକ୍ୟା ବୁଜାଦେଂ; ଗିଆନ୍ନିକା ବଚନ୍ ବାବି କିଦେଂ; 3 ହାର୍ବେବାର୍, ଦାର୍ମି ଆରି ହାର୍ବାବିକିନାକା ଆରି ନ୍ୟାୟ୍ ବିସ୍ରେ ହାର୍ଦି ହିକ୍ୟା ମାନି କିଦେଂ; 4 ହୁଦାର୍ ମାନାୟ୍ତିଂ ଜାଗ୍ରତ୍ ଆରି ବେଣ୍ଡ୍ଆ ଲଗାଂ ବିଦ୍ୟା ଆରି ପ୍ୟାସ୍ ହିଦେଂ; 5 ଇନେସ୍ ଗିଆନି ମାନାୟ୍ ହେଦାଂ ୱେନ୍ଜି ଆଦିକ୍ ଗିଆନ୍ ପାୟାନାନ୍ ଆରି ବୁଦିକାରିୟା ହାର୍ଦି ହିକ୍ୟାନି ହିକ୍ୟା ପାୟାନାନ୍; 6 ଆରେ, ର ହାର୍ଦିହିକ୍ୟା କାତା ଆରି ର ବାନି କାତା ଆରି ପଣ୍ଡିତାର୍ ବଚନ୍ ଆରି ହେୱାର୍ତି ଡ଼଼ୁକ୍ତି ବଚନ୍ ବୁଜା ଆନାନ୍ ।
ଜିପକ୍ ଦାଙ୍ଗ୍ଣାଂ ସମାଜ୍ତିଂ ହାର୍ଦି ହିକ୍ୟା
7 ନିତ୍ରେମାପ୍ରୁତି ବିସ୍ରେନି ପାଣ୍ଡ୍ରାନି ଗିଆନ୍ନି ଆରମ୍; ମତର୍ ବୁଦିହିଲି ମାନାୟାର୍ ଗିଆନ୍ ଆରି ହାର୍ଦି ହିକ୍ୟାତିଂ ବେକାର୍ କିନାର୍ ।