1 ତାର୍ପଚେ ଦୁତ୍ ମକେ ଜିବନର୍ ପାନି ରଇବା ଗାଡ୍ ଦେକାଇଲା, ଜନ୍ଟା କି କାଁଚ୍ପାରା ଡିସ୍ତେରଇଲା । ପର୍ମେସରର୍ ବସ୍ବା ଜାଗାଇଅନି ଆରି ମେଣ୍ଡାପିଲାର୍ଟାନେଅନି ସେ ଗାଡର୍ ପାନି ଆଇତେରଇଲା । 5 ତେଇ ଆରି ରାତି ନ ରଏ । ବତିର୍ ଉଜଲ୍ କି ବେଲର୍ ଉଜଲ୍ ଦର୍କାର୍ ନ ପଡେ । କାଇକେବଇଲେ ମାପ୍ରୁ ପର୍ମେସର୍ ତାକର୍ ଉଜଲ୍ ରଇସି । ସେମନ୍ ରାଜା ଇସାବେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ବାଇ ।