4 କାୟିତାକ୍ବଃଲେକ୍ ଜୁୟି ଲକ୍ମଃନ୍ ତରେକ୍ ଉଜାଳ୍ ହାୟ୍ଁ ଆଚ୍ତି, ସଃର୍ଗାର୍ ଦାନ୍କେ ଚାକି ଆଚ୍ତି, ପବିତ୍ର ଆତ୍ମାର୍ ସଃଙ୍ଗାର୍ ବାଗିଦାରି ଅୟି ଆଚ୍ତି । 5 ଇସ୍ୱରାର୍ ନିକ କଃତା ଆର୍ ଆସୁଲା ଜଃଗତାର୍ ସଃକ୍ତି ଚାକି ଆଚ୍ତି । 6 ସେମଃନ୍ ଜଦି ଦଃର୍ମ୍ ବାଣା ଅଃଉତି, ତଃନ୍ଅୟ୍ଲେକ୍ ମଃନ୍ ବାଦ୍ଲାଉତା ଗିନେ ସେମଃନ୍କେ ଆରେକ୍ ଗଟ୍ତର୍ ନଃଉଆଁ କଃରାୟ୍ ନୟେ, ବଃଲେକ୍ ଇସ୍ୱରାର୍ ହୟ୍ସିକେ କ୍ରୁସେ ଚଃଗାୟ୍ ଲାଜ୍ କଃରାଉଁଲାୟ୍ ।