3 ତାର୍ହଃଚେ ସେ କଃତେକ୍ କଃତାମଃନ୍ କୟ୍ ସେମଃନ୍କେ କଃଉଁକେ ଦଃର୍ଲା, "ଦଃକା, ବୁଣ୍ତା ଗଟେକ୍ ମାନାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା । 4 ବିଆନ୍ ବୁଣୁ ବୁଣୁ କଃତେକ୍ ବିଆନ୍ ବାଟେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେରିସଃବୁ ବେଟି କାୟ୍ଲାୟ୍ । 5 ଆରେକ୍ କଃତେକ୍ ବିଆନ୍ ଅଃଳକ୍ ମାଟି ରିଲା ଚଃଚ୍ରା ବୁୟେଁ ଅଦୁର୍ଲି ଆର୍ ବୁତେକ୍ ମାଟି ନଃରିଲାକ୍ ବେଗି ଗଃଜା ଅୟ୍ଲି; 6 ମଃତର୍ ବେଳ୍ ଉଦ୍ଲାକ୍ ସେରିମଃନ୍ କଃରାକେ ହଡି କମ୍ଜି ଗଃଲି, ଆର୍ ତାର୍ ଚେର୍ ନଃରିଲାକ୍ ସୁକି ଗଃଲି । 7 ଆର୍ କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟାବୁଟାମଃନ୍ ବାଡିକଃରି ସେସଃବୁକେ ଚାହି ହଃକାୟ୍ଲି । 8 ମଃତର୍ ବିନ୍ କଃତେକ୍ ବିଆନ୍ ନିକ ମାଟାୟ୍ ଅଦୁର୍ଲି ଆର୍ ହଃଳ୍ ହଃଳ୍ଲି, କଃତେକ୍ ସଏ ଗୁଣ୍, କଃତେକ୍ ସାଟେ ଗୁଣ୍, ଆରେକ୍ କଃତେକ୍ ତିରିସ୍ ଗୁଣ୍ ଅଃଦିକ୍ ହଃଳ୍ ହଃଳ୍ଲି ।" 9 ଜିସୁ ତାର୍ କଃତା ସଃରାୟ୍କଃରି କୟ୍ଲା, "ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।"