2 ଆର୍ ଗଟେକ୍ ବଃଡ୍ ରଗି ତାର୍ ତଃୟ୍ ଆସି ଜୁଆର୍ କଃରି କୟ୍ଲା, "ଏ ମାପୁର୍, ତୁୟ୍ ଜଦି ମଃନ୍ କଃଲେକ୍ ମକ୍ ଉଜ୍ କଃରୁ ହାର୍ସି ।"
3 ସେତାକ୍ ଜିସୁ ଆତ୍ ଲାମାୟ୍ ତାକ୍ ଚୁୟ୍କଃରି କୟ୍ଲା, "ମୁଁୟ୍ ମଃନ୍ କଃରୁଲେ, ତୁୟ୍ ଉଜ୍ ଅଃଉ ।" ସେଦାହ୍ରେ ତାର୍ ବଃଡ୍ ରଗେହୁଣି ଉଜ୍ ଅୟ୍ଲା । 4 ଆର୍ ଜିସୁ ତାକ୍ କୟ୍ଲା, "ଦୁକ୍, ଇ କଃତା କାକେ କଃଉନାୟ୍, ମଃତର୍, ଜାଜକ୍ ଲଃଗେ ଦଃକାୟ୍ ଅଃଉ, ଆରେକ୍ ମସା ଜୁୟି ବେଟି ଦେଉଁକେ ଆଦେସ୍ ଦିଲା ଆଚେ, ସେରି ସେମଃନାର୍ ଚଃମେ ତୁୟ୍ ଉଜ୍ ଅୟି ଆଚ୍ସି ବଃଲି ସାକି ଦେଉଁକେ ଦାନ୍ ଦେସ୍ ।"