10 ପାଉଲ୍ ଇଦ୍ ଦର୍ଶନ୍ ଉଡ଼୍ତେ ସାଙ୍ଗେ ସାଙ୍ଗେ ମାସିଦୋନିଆତାଗ୍ ଆଦାନଙ୍କ୍ ମାମ୍ମେ ତିଆର୍ ଆତ୍ତମ୍, ବାତେଙ୍କ୍ଇତ୍କେ ମାମ୍ମେ ନିଜାମ୍ ପୁତ୍ତମ୍ ଯେ, ଇଶ୍ୱର୍ ଆଗେତ୍ ନାରୁଡ଼୍ ଲୋପେ ସୁସମାଚାର୍ ପ୍ରଚାର୍ ମାଡ଼ାନଙ୍କ୍ ମାକିଂଙ୍କ୍ କାର୍ଙ୍ଗ୍ତଣ୍ଡ୍ ।
ଫିଲିପ୍ପୀତାଗ୍ ଲୁଦିଆ ମନ୍ ବାଦ୍ଲା ମାଡ଼୍ତଣ୍ଡ୍
11 ମାମ୍ମେ ଏର୍ଜାହାଜ୍ ତଡ଼୍ ତ୍ରୋୟାତିଙ୍କ୍ ୱିଡ଼୍ସି ସାମତ୍ରାକିତାଗ୍ ଆତ୍ତମ୍ ନୁ ମେଣ୍ଡେଅଣ୍ଡ୍ ଦିନ୍ ନିଆପଲ୍ଲିତାଗ୍ ହେୱୁତ୍ତମ୍ । 12 ଆଗାଙ୍କ୍ ମାମ୍ମେ ମାସିଦୋନିଆ ଜିଲ୍ଲାତେ ମୁକ୍ୟ ନଗରୀ ଫିଲିପ୍ପୀତାଗ୍ ଆତ୍ତମ୍ । ଇଦ୍ ନଗରୀ ଅଣ୍ଡୟ୍ ରୋମୀୟ କଲ୍ନୀ ମାତ୍ତେ । ମାମ୍ମେ ନାର୍ଗେ ଦିନା ଆଗେ ମାତ୍ତମ୍ । 13 ବିଶ୍ରାମ୍ଦିନେ ନଗର୍ତେ ବାୟିଦେ ମାନ୍ଦାନ୍ ବେଡ଼େମ୍ ହାଞ୍ଚିନାଗ୍ ଆତ୍ତମ୍ । ମାମ୍ମେ ହାଲ୍ସି ମାତ୍ତମ୍, ଆଗେ ଇହୁଦୀଡ଼୍ ପ୍ରାର୍ତନା ମାଡ଼ାନ୍ ସେଙ୍ଗେ ଅଣ୍ଡୟ୍ ପଡ଼୍ୟି ମାନ୍ତେ । ମାମ୍ମେ ମଦଲ୍ କୁଦ୍ତମ୍ ନୁ ଆଗେ ଗୁଡ଼ିମାନ୍ଦାନ୍ ନାଟାକିନ୍ ତଡ଼୍ ଗଟି ତ୍ରିୟ୍ତମ୍ । 14 ଆୱିନ୍ ଲୋପେଙ୍କ୍ ତୁୟଟୀରା ଟାୱୁନ୍ତେ ଆପାକଲର୍ ତାୱ୍ ସିଲେ ୱାମ ମାନ୍ଦାନ୍ ଲୁଦିଆ ପେଦେର୍ତେ ଅଣ୍ଡୟ୍ ନାଟାଡ଼୍ ମାତ୍ତେ । ଆଦ୍ ଇଶ୍ୱର୍ତିଙ୍କ୍ ଉପାସନା ମାଡ଼ମାତ୍ତେ ନୁ ପାଉଲ୍ ବାତ୍ କେସମାତ୍ତନ୍, ଆଦ୍ ମନ୍ଇସ୍ କେଞ୍ଜି ଗ୍ରହନ୍ ମାଡ଼ାନ୍ ସେଙ୍ଗେ ପ୍ରବୁ ଆଦିଙ୍କ୍ ହୃଦୟ୍ତାଗ୍ ସୁଯୋଗ୍ ହିତ୍ତଣ୍ଡ୍ । 15 ଆଦ୍ ନୁ ତାମ୍ ପରିବାର୍ତେ ସାରେତଡ଼୍ ଏର୍ଦିକ୍ଷା ଆତ୍ତେ ପେର୍କେ ମାକିଂଙ୍କ୍ ଅନୁରଦ୍ ମାଡ଼ି କେତ୍ତଡ଼୍, "ପ୍ରବୁନାଗ୍ ନିଜାମ୍ ବିଶ୍ୱାସ୍ ମିନ୍ଦେ ଇଞ୍ଜ ଯଦି ଆଲ୍ସୁତି, ଆଲେକେ ମା ଲୋନ୍ ୱାସ୍ ମାନୁଟ୍ ।" ଆଦ୍ ଇଦ୍ରକମ୍ ମାକିଂଙ୍କ୍ ତାମ୍ ଲୋନ୍ ଆଦାନଙ୍କ୍ କେତ୍ତେ ।
ଫିଲିପ୍ପୀ ଜଇଲ୍ତାଗ୍ ପାଉଲ୍ ନୁ ଶିଲା
16 ଅଣ୍ଡ୍ଦିନ୍ ମାମ୍ମେ ପ୍ରାର୍ତନା ପଡ଼୍ୟେତାଗ୍ ଆଦାନ୍ ୱେଲେ ଅଣ୍ଡୟ୍ କ୍ରୀତଦାସୀ ପିକିଡ଼୍ତିଙ୍କ୍ କାଇଲ୍ତମ୍ । ତାନ୍ ଲୋପେ ମାନ୍ଦାନ୍ ଦେୟାମ୍ତଡ଼୍ ଆଦ୍ ମୁନେଙ୍କ୍ତାୱୁ ଗଟି କେସମାତ୍ତେ । ଆଦ୍ ନାରୁଡ଼ାୱ୍ ବାଗ୍ୟ କେସ୍, ପ୍ରବୁନ୍ ସେଙ୍ଗେ ନାର୍ଗେ ଡାବ୍କ୍ ଗାଡ଼୍ସ ମାତ୍ତେ । 17 ଆଦ୍ ପାଉଲ୍ ନୁ ମା ପେର୍କେ ପେର୍କେ ୱାସ୍ କିଡ଼୍କି କେତ୍ତେ, "ଇ ନାରୁଡ଼୍ ସାରେତିଙ୍କ୍ ବାଡ଼୍ୟଣ୍ଡ୍ ଇଶ୍ୱର୍ତେ ଦାସକୀନଡ଼୍ । ମିଡ଼୍ ବେଲା ପରିତ୍ରାଣ୍ ପାଏମ୍ ଆଦ୍ତିଡ଼୍, ଆଦ୍ ଗଟ୍ ଅଡ଼୍ କେତୁତଡ଼୍ ।"