ତିୟାରା କିନି ତା଼ଣା ଗଡ଼୍ହା
1 ସାମା ମା଼ମ୍ବୁ କ଼ଟା ତିୟାରା କିହିମାନମି ଇଞ୍ଜିଁ ୱେଞ୍ଜାହାଁ ସନ୍ବଲଟ ହା଼ରେକା କ଼ପା ଅ଼ଡ଼େ କାର୍ବି ଆ଼ହାଁ ଜୀହୁଦି ଲ଼କୁଣି କାକ୍ହେସି। 2 ଅ଼ଡ଼େ ଏ଼ୱାସି ତାନି ତାୟିୟାଁ ଅ଼ଡ଼େ ସମରିୟା ରିଜାରି କ଼ସ୍କା ନ଼କିତା ଈ କାତା ଏଲେଇଚେସି, "ଈ ବା଼ଡ଼୍ୟୁ ହିଲାଆ ଜୀହୁଦି ଲ଼କୁ ଏ଼ନାଆଁ କିହିମାନେରି ? ଏ଼ୱାରି ଏ଼ନାଆଁ କ଼ଟା ବିତ୍ରା ସୁଣ୍ତା କଡାହାଁ ଡ଼ୟିନେରି ? ଏ଼ୱାରି ଏ଼ନାଆଁ ପୂଜା କିନେରି ? ଏ଼ୱାରି ଏ଼ନାଆଁ ର଼ ଦିନାଟିଏ ରା଼ପ୍ନେରି ? ଏ଼ୱାରି ଏ଼ନାଆଁ କାତିତା ୱେହାମାନି ୱାଲିତି ଡ଼େୱାନା ୱେଣ୍ତେ ଜୀୱୁ କିନେରି ?" 3 ଏଚିବେ଼ଲା ଅମନିୟ ଟବିୟ ଏ଼ୱାଣି ଦାରିତା ମାଚେସି, ଅ଼ଡ଼େ ଏ଼ୱାସି ଏଲେଇଚେସି, "ଏ଼ୱାରି ଏ଼ନାଆଁ ତିୟାରା କିହିମାନେରି କଲିୟା ତା଼କିତିହିଁ ଏ଼ୱାରି ୱାଲ୍କା କାତି ରିହାହାନେ।"