9 ଇନେକିଦେଂକି, ହେୱାନ୍ ପର୍ତୁମ୍ ମାସ୍ନି ପର୍ତୁମ୍ ଦିନ୍ ବାବିଲ୍ତାଂ ଜାତ୍ରା ଆରମ୍ କିତାନ୍, ଆରେ ତା କାଜିଂ ପର୍ମେସ୍ୱର୍ତି ମଙ୍ଗଲ୍ମୟ କେଇନି ସାଇଜତାଂ ହେୱାନ୍ ପାଞ୍ଚ୍ ମାସ୍ନି ପର୍ତୁମ୍ ଦିନ୍ତ ଜିରୁସାଲମ୍ତ ଏକାତାନ୍ । 10 ଲାଗିଂ ଏଜ୍ରା ନିତ୍ରେମାପ୍ରୁତି ବିଦି ଦାସ୍ତି ଆରି ପାଲି କିଦେଂ, ଆରେ ଇସ୍ରାଏଲ୍ ବିତ୍ରେ ବିଦି ଆରି ସାସନ୍ ହିକ୍ୟା ହିଦେଂ ଜାର୍ ମାନ୍ ହିଜ଼ି ମାଚାନ୍ ।