11 ଇଲେକିଁ ନା଼ନୁ ଜିରୁସାଲମତା ଏଜାହାଁ ଏମ୍ବାଆଁ ତୀନି ଦିନା ଡ଼ୟିତେଏଁ। 12 ଏଚେଟିଏ ଲା଼ଆଁୟାଁ ନା଼ନୁ ଅ଼ଡ଼େ ନା଼ ତଲେ ଏଚେକା ଲ଼କୁ ନିଙ୍ଗିତମି; ଇଞ୍ଜାଁ ନା଼ ମାହାପୂରୁ ଜିରୁସାଲମ ତାକି ଏ଼ନାଆଁ କିହାଲି ନା଼ ମ଼ନତା ହୀହାମାଞ୍ଜାତେସି, ଏ଼ଦାଆଁ ନା଼ନୁ ଆମ୍ବାଆରାଇଁ ୱେହ୍ଆତେଏଁ; ଅ଼ଡ଼େ ନା଼ନୁ ଆମିନି ଜ଼ନ୍ତ ଲାକ ହ଼ଚାମାଚେଏଁ ଏ଼ଦାନି ପିସ୍ପେ ଅ଼ଡ଼େ ଏ଼ନି ଜ଼ନ୍ତ ନା଼ ତଲେ ହିଲାଆତେ। 13 ଇଞ୍ଜାଁ ନା଼ନୁ ଲା଼ଆଁୟାଁ ହ଼ଚାହାଁ ହ଼ର୍କା ୱାକିଟି ହାଜାହାଁ ନା଼ଗା କୁହି ଅ଼ଡ଼େ ଗାତା ଦୁୱେରି ପାତେକା ହାଚେଏଁ ଇଞ୍ଜାଁ ଜିରୁସାଲମତି ଡୀହାମାନି କ଼ଟା ଅ଼ଡ଼େ ଏମ୍ବାତି ହିଚୁ ତଲେ ୱେହାମାନି ଦୁୱେରିକା ବାରେ ସିନିକିତେଏଁ। 14 ଏଚେଟିଏ ନା଼ନୁ ଜାର୍ଣା ଦୁୱେରି ଅ଼ଡ଼େ ରାଜା ବାନ୍ଦା ପାତେକା ହାଚେଏଁ; ସାମା ଏମ୍ବାଆଁ ନା଼ ହ଼ଚାମାନି ଜ଼ନ୍ତ ହାଜାଲି ଟା଼ୟୁ ହିଲାଆତେ। 15 ଏଚେଟିଏ ନା଼ନୁ ଲା଼ଆଁୟାଁ ବେ଼ଲା କାଡା ଦାରିଟି ଲାକୱାକି ହାଜାହାଁ କ଼ଟା ସିନିକିତେଏଁ; ଏଚେଟିଏ ନା଼ନୁ ତିର୍ୱାହାଁ ହ଼ରୁ ବାଟା ଜିରୁ ହୀହାଁ ୱେଣ୍ତା ୱା଼ତେଏଁ।
16 ସାମା ନା଼ନୁ ଏମ୍ବିୟା ହାଚେଏଁ, ଏ଼ନାଆଁ କିତେଏଁ, ଈଦାଆଁ ଏମ୍ବାତି କାଜାରି ପୁନାଆତେରି; ଏଚିବେ଼ଲା ପାତେକା ନା଼ନୁ ଜୀହୁଦି ଲ଼କୁତି ପୂଜେରାଙ୍ଗାଣି କି ଇଚାରାଇଁ କି କାଜାରାଇଁ କି ଏଟ୍କା କାମା କିନାରାଇଁ ଏ଼ଦାଆଁ ୱେସା ହିଲାଆତେଏଁ।