ମୂଲୁ ପିସ୍ପିଆ଼ନି ପାର୍ବୁ
21 ଏଚିବେ଼ଲା ମ଼ସା ଇସ୍ରାୟେଲତି ବାରେ ପ୍ରାଚିନାଙ୍ଗାଣି ହା଼ଟିକିହାଁ ଏଲେଇଚେସି, "ମୀରୁ ମିଙ୍ଗେ ତାକି ମୀ କୁଟମି ଲ଼କୁତି ଲେକା ତଲେ ର଼ ର଼ ମେ଼ଣ୍ତା ଡା଼ଲୁ ତାଚାହାଁ ପିସ୍ପିଆ଼ନି ପାର୍ବୁ ତାକି ପୂଜା କିଦୁ। 22 ଇଞ୍ଜାଁ ର଼ କେଜା ଏସବ ଗଚାୟାଁ ଅ଼ହାଁ ସିପାତି ନେତେରିତା ମୁସାହାଁ ଦୁୱେରି ଲାକତି କଟ୍ଲାତା ଅ଼ଡ଼େ ବନ୍ଦୁୟାଁଣା ସିପାତି ନେତେରି ରୁବାଦୁ; ଇଞ୍ଜାଁ, ୱେ଼ୟିନି ପାତେକା ମୀ ବିତ୍ରାଟି ଆମ୍ବାଆସି ଇଲୁଟି ପାଙ୍ଗାତା ହାଲାଆପେସି। 23 ଏ଼ନାଆଁତାକି ଇଚିହିଁ ପ୍ରବୁ ମିସର ଲ଼କୁଣି ପା଼ୟାଲି ଏ଼ୱାରି ବିତ୍ରାଟି ହାନେସି; ଏଚେଟିଏ ଦୁୱେରି ଲାକତି କଟ୍ଲାତା ଅ଼ଡ଼େ ବନ୍ଦୁୟାଁଣା ଏ଼ ନେତେରି ମେସାହାଁ, ପ୍ରବୁ ଏ଼ ଦୁୱେରି ପିସାହାଁ ନ଼କିତା ହାନେସି, ମୀ ଇଜ ନା଼ସା କିନାୟି ହ଼ଡାହାଁ ନା଼ସା କିୟେଏ।