21 ଅ଼ଡ଼େ ନୀନୁ ଈ ଲ଼କୁ ତା଼ଣାଟି କାମା କିୟାଲି ଆ଼ଡିନାରାଇଁ, ଇଚିହିଁ, ମାହାପୂରୁଇଁ ଆଜିନାରାଇଁ, ସାତା କାତା ୱେହ୍ନାରାଇଁ, ଅ଼ଡ଼େ ଲାଗେଏତି ଜୂପ୍କା ଅ଼ପାଆଗାଟି ଇଲେତି ଲ଼କୁଣି ବାଚି କିମୁ; ଇଞ୍ଜାଁ, ଏ଼ୱାରାଇଁ ର଼ ମା଼ଣା ଲ଼କୁ ମୁହେଁ ରଅଣାଇଁ, ପା଼ସାକ଼ଡ଼ି ଲ଼କୁ ମୁହେଁ ରଅଣାଇଁ, ଦୁଇ କ଼ଡ଼ି ଦସ ଲ଼କୁ ମୁହେଁ ରଅଣାଇଁ, ଅ଼ଡ଼େ ଦସ ଜା଼ଣା ମୁହେଁ ରଅଣାଇଁ ଇଲେକିଁ ବାଚିକିହାଁ ଏ଼ କାମାତା ହେର୍ପାମୁ। 22 ଏ଼ୱାରି କା଼ଲେଏ ଲ଼କୁଣି ନୀହାଁୟି କିପେରି, ଇଞ୍ଜାଁ ଏ଼ନି କାଜା କାତା ଆ଼ତିହିଁ ନୀ ତା଼ଣା ତାପେରି, ସାମା ଊଣା ଊଣା କାତା ବାରେ ତା଼ମ୍ବୁଏ ନୀହାଁୟି କିପେରି, ଆତିହିଁ ନୀ କାମାତି ବ଼ଜୁ ଊଣା ଆ଼ନେ, ଇଞ୍ଜାଁ ଏ଼ୱାରି ନୀ ତଲେ ବ଼ଜୁ ଡେ଼କିନେରି।