12 ଆବେଟ୍ ୱିଜୁ ଜିହୁଦା ପାସି ନି ଅଙ୍ଗୁର୍ରସ ନି ନିୟୁଦି ଦସ୍ବାଗ୍ତାନ୍ ଉଡ୍ରେ ବାଗ୍ କାଦିଇଡ୍ନି ଇଲୁଦୁ ତାତାର୍ । 13 ଆବେଟ୍ ନାନୁ ଶେଲିମିୟ ଜାଜକଦିଙ୍ଗ୍ ନି ସାଦୋକ ପେରିୱାନିଙ୍ଗ୍ ନି ଲେବିୟରି ମାଣାନ୍ ପଦାୟଦିଙ୍ଗ୍ କାଦିଇଡ୍ନି ଇଲୁଦି ପେରିକାନ୍ କିତା; ୱାରି ଆଡ୍ଗି ମତ୍ତନିୟଦି ନାତି ସକ୍କୁରଦି ମାରିନ୍ ହାନନ୍ ତେବାତାନ୍; ଇରିଙ୍ଗ୍ ୱାର୍ ବିସ୍ବାସ୍ତିକାର୍ ମାର୍ହାର୍, ଆଦେଙ୍ଗ୍ ନିଜେଦି ତଡ଼ାନ୍କାଙ୍ଗ୍ ସାଲାକିନି ପାଣି ୱାରିନ୍ଦି ଆତାତ୍ ।
14 ଏ ନା ମାପୁରୁ, ଇୟା ବିସୟ୍ତାନ୍ ନାଙ୍ଗିଁ ଏତ୍ କିଦୁ, ମାରି ନାନୁ ନା ମାପୁରୁଦି ଇଲୁ ନି ଆବେଣି ମାନାନି ବିସୟ୍ ଉଣ୍ତିଙ୍ଗ୍ ଆମାକା କିତାମାନା, ନା କିତି ଆୟା ନେଗି ପାଣି ୱିଜୁ ବାଣାମା ।