ହାରିହାରା କାଡ଼୍
1 ହେ ୱେଡ଼ାଲିଂ ନି ଲକୁ ହିମ୍ଣାଂନି ଉପ୍କାର୍କାରିର୍ ମିକାୟେଲ୍ ଗାଜା ଆଦିପତି ନିଲ୍ନାନ୍ ଆରି ମାନାୟ୍ କୁଟୁମ୍ନି ରଚ୍ୟାତିକାଡ଼୍ତାଂ ହେ ସମୁ ପାତେକ୍ ଇମ୍ଣି ବାନି କସ୍ଟ ସମୁ ଇନାୱେଡ଼ାଂ ଆୱାତାତ୍ନା, ଏଲେଂ କସ୍ଟନି କାଡ଼୍ ଏକାୱାନାତ୍, ଆରେ, ନି କୁଟୁମ୍ନିକାର୍ ଇମ୍ଣି ଜାଣ୍କେତି ପତିତ ତର୍ ଲେକା ଆତାତ୍ନା, ହେୱାର୍ ଜାଣ୍କେ ହେ ସମୁତ ଉଦାର୍ ପାୟାନାର୍ । 2 ଆରେ, ପୁର୍ତିନି ଦୁଡ଼ିତ ଇମ୍ଣାକାର୍ ହୁଞ୍ଜ୍ନାର୍, ହେୱାର୍ ବିତ୍ରେତାଂ ଆଦେକ୍ ନିଂନାର୍; କେତେକ୍ ୱିଜ଼୍ୱି ଜିବୁନ୍ ଆରି କେତେକ୍ ଲାଜ୍କୁଇନାର୍ ଆରି ୱିଜ଼୍ୱି ଉଡ଼ାନାକା ବଗ୍ କାଜିଂ ନିଂନାର୍ । 3 ଆରେ, ଇମ୍ଣାକାର୍ ଗିୟାନିର୍, ହେୱାର୍ ଆକାସ୍ନି ଅଜଡ଼୍ନି ଲାକେ ଆରି ଇମ୍ଣାକାର୍ ଆଦେକ୍ତିଂ ଦାର୍ମିନି କାଜିଂ ମାସ୍ସି ତାହିୱାନାର୍, ହେୱାର୍ ହୁକାଂନି ଲାକେ ୱିଜ଼୍ୱି କାଡ଼୍ ପାତେକ୍ ପଙ୍ଗ୍ନାର୍ ।