10 ଇଡ଼ିଂ ଆକେନ୍ ଗୁଆର୍କ୍ନେ ମ୍ନି ଗୁଆର୍ବ୍ନ ଡାଗ୍ଚେ ମ୍ୟାଃକ୍ନେ ଇଡ଼ିଂ ଦାନିଏଲ୍ ନିଜେନେ ଡୁଆ ୱିଗ୍କେ; ମେଁନେ ବାକ୍ରାନେ ଜର୍କା ଯିରୂଶାଲମ ପାକା ମେଲା ଲେଃଗେ; ବାରି, ମେଁ ଅଃସେ ଡିରକମ୍ ଡିଂଡିଂଗେ, ତେନ୍ ଅନୁସାରେ ମେଃସୁଆ ବିତ୍ରେ ଞ୍ଜି ତର୍ ଆଣ୍ଟୁମାଡ଼େଚେ ପାର୍ତନା ଡିଂକେ ଆରି ନିଜେନେ ପର୍ମେସର୍ନେ ଡାଗ୍ରା ଦନ୍ୟବାଦ୍ ବିଃକେ ।