1 ଆରି, ନା ଙ୍ଗିରେ ବେଲା ଆନା ଆରେକ୍ନେ ମାପ୍ରୁକେ ମନେ ତ୍ଲାଗ୍ । ମେଃଡାଗ୍ଲା ବିପଦ୍ନେ ଦିନ୍ ପାଙ୍ଗ୍ଡିଙ୍ଗ୍କେ, ଆଣ୍ଡିନେ ସାପା ମୁଆଁ ବେଲା ନା ନାବାସଙ୍ଗ୍ଏ, ଆକେନ୍ ସାପାଅରିଆ ନେଙ୍ଗ୍ନେ ମେଃଡିଗ୍ ସୁକ୍ ଣ୍ଡୁ, ଆତେନ୍ ସାପା ମୁଆଁ ଡାଗ୍ରା ପାଙ୍ଗ୍ଡିଙ୍ଗ୍କେ । 2 ଆତେନ୍ ଦିନା ସ୍ନି ଆରି ତାରାସ୍ ଆରି ଆର୍କେ ଆରି ଚାଙ୍କୁଆଇଂ ତାଙ୍ଗ୍କିଗ୍ ଡିଙ୍ଗ୍ୱେଏ, ବାରି ଗୁର୍କ୍ନେ ଣ୍ଡିଆ ଦାପ୍ରେ ବାରି ତ୍ରିଗ୍ଡିଆଃ ଡିଙ୍ଗ୍ଏ । 3 ଆତେନ୍ ଦିନା ଡୁଆ ଉର୍ଣ୍ଡ୍ରେ ତରଅର ଡିଙ୍ଗ୍ଆର୍ଏ ଆରି ବପୁରେଇଂ ମେଁ ମନ୍କେ ନିଜ୍କେ ଡାଆଁ ଆଡିଙ୍ଗ୍ଏ ଆରି ଡିରାଉଃଣ୍ଡ୍ରେଇଂ ଗଣ୍ଡା ଡିଙ୍ଗ୍ୱେଲା ସ୍ଲେନେବାନ୍ ଆନ୍ତାର୍ ବିଃଏ । ବାରି ଜର୍କାନିଆ କିକେନେ ସେଲାମ୍ବୁଏଃଇଂ କାନା ଡିଙ୍ଗ୍ୱେଆର୍ଏ । 4 ଆରି ଗାଲିପାକା କାପାଟ୍ ବନ୍ଦ୍ ଡିଙ୍ଗ୍ୱେଏ, ଆତେନ୍ ବେଲା ଉଃନେ ସବଦ୍ ଗଣ୍ଡା ଡିଙ୍ଗ୍ୱେଏ, ବାରି ପ୍ଲିଗ୍ନେ ସବଦ୍ରେ ରେମୁଆଁଇଂ ଚେତା ଡିଂଆର୍ଏ ଆରି ସାପା ଅସ୍ମାର୍ ସାର୍ନେ ସେଲାଇଂ ଦୁର୍ବଲ୍ ଡିଙ୍ଗ୍ୱେଆର୍ଏ । 5 ଆରି, ମେଇଂ ତିଆର୍ ଜାଗା ବିସଏରେ ବୁଟଆର୍ଏ ଆରି ମେଇଂ ୱେନେ ଗାଲିବଃଅରିଆ ବିପଦ୍ ଡିଙ୍ଗ୍ଏ । ଆରି, ବାଦାମ୍ ସ୍ଲାଃ ଡାଗ୍ରା ସାରି ସାଃଏ ଆରି, ଗିତାଙ୍ଗ୍ଡ଼୍ୟାଃ ନିଜର୍ ଅଜନ୍ ବାନ୍ ଜାବର୍ ଅଜନ୍ ଡିଙ୍ଗ୍ଏ ବାରି ମେଃନେ ଇକ୍ଚା ସାପା ଡାୱେଏ । ଡାଗ୍ଲା ରେମୁଆଁ ନିଜେ ସାପା ଦିନ୍ ଲେଃନେ ଜାଗାନ୍ନିଆ ୱେଏ ବାରି ଅଃଣ୍ଡ୍ରେଇଂ ଗାଲିପାକା ଅଲେଙ୍ଗ୍ ଆର୍ଏ; 6 ଆତେନ୍ ବେଲା ରୁପାନେ ମାଲି ଗନ୍ଦା ଗନ୍ଦା ଡିଙ୍ଗ୍ୱେଏ, ସୁନାନେ ଙ୍କୁଇ ପାକ୍ଚି ୱେଏ, ତୁବଃନେ ଙ୍କୁଇ ଜଲାଡ଼ିଆଃନିଆ ଗୁଣ୍ଡ୍ ଡିଂୱେଏ । ଆରି କୁଇଁସାଲ୍ନେ ଚକ୍ ପାକ୍ଚିଃ ୱେଏ । 7 ବାରି, ଦୁଲି ସିସେ ରକମ୍ ତୁବଃନିଆ ମିସେ ୱେଏ, ଆରି ଜା ଆତ୍ମା ବିଃବକେ ଆତେନ୍ ଆତ୍ମା ପର୍ମେସର୍ ଡାଗ୍ରା ଆତ୍ମା ଆଣ୍ଡେ ୱେଏ । 8 ନିମାଣ୍ଡାଃ ସାମୁଆଁ ସିକ୍ୟା ବିଃଣ୍ଡ୍ରେ ବାସଙ୍ଗ୍ଡିଂକେ, "ବେକାର୍ ବେକାର୍ ସାପା ବେକାର୍ ।"
9 ଆରି, ନିମାଣ୍ଡା ସାମୁଆଁ ସିକ୍ୟା ବିଃଣ୍ଡ୍ରେ ଜ୍ଞାନବାନ୍ ଡିଂକେସାଃ ରେମୁଆଁଇଂକେ କାଲାଆଃ ଗିଆନ୍ ବିଃଡିଙ୍ଗ୍ଗେ; ବାରି, ମେଁ ବୁଦି କଟେଚେ ଆରି ତୁର୍ସେଃଚେ ଗୁଲେ ନିମାଣ୍ଡା ସାମୁଆଁ ସିକ୍ୟା ବିଃଣ୍ଡ୍ରେ ଦାଡ଼ି ବାବ୍ରେ ବଗେ । 10 ନିମାଣ୍ଡା ସାମୁଆଁ ସିକ୍ୟା ବିଃଣ୍ଡ୍ରେ ଟିକ୍ ସାମୁଆଁ ତୁର୍ନ୍ସା ଚେସ୍ଟା ଡିଙ୍ଗ୍କେ ଆରି ଆଣ୍ଡିନ୍ ସାମୁଆଁଇଂ ପୁରାପୁରି ସତ୍ ଆରି ସିଦ୍, ଆତେନ୍ଇଂ ଗୁଆର୍କେ । 11 ବୁଦିମାନ୍ ରେମୁଆଁନେ ସାମୁଆଁ ସାପା ସିନିଗ୍ତିଆ ଡୁଡୁ ରକମ୍ ଆରି ସାମୁଆଁ ରାଃସିଙ୍ଗ୍ନେ ରେମୁଆଁଇଂନେ ସାମୁଆଁଇଂ ତୁର୍ତିଆରେଇଂନେ ସିନିଗ୍ତିଆ ଡୁଡୁନିଆ ଲେଃକ୍ନେ ଗ୍ରେଃ ରକମ୍ । 12 ଆରି, ଏ ନେଙ୍ଗ୍ନେ ଉଂ, ନା ନିମାଣ୍ଡା ସାମୁଆଁ ସିକ୍ୟା ବିଃଣ୍ଡ୍ରେନେ ସାମୁଆଁ ଗ୍ରହନ୍ ଡିଙ୍ଗ୍ । ଗ୍ଲୁଏ ବଇକେ ଗୁଗୁଆର୍ନେ ଆଡାକେ ଣ୍ଡୁ । ବାରି ଜାବର୍ ପଡ଼େଲା ଗାଗ୍ଡ଼େକେ କସ୍ଟ ପାଙ୍ଗ୍ଏ । 13 ସାରାସାରି ସାମୁଆଁ ଆକେନ୍ ଜେ, ନେ ସାପା କିଚି ଦ୍ରିଗ୍ନେଃଲେକେ । ପର୍ମେସର୍କେ ବୁଟପା ଆରି ମେଁନେ ଆଦେସ୍ ସାପା ମାନେଃପା । ମେଃଡାଗ୍ଲା ଆକେନ୍ ଆଃ ରେମୁଆଁନେ ସର୍ତେ ଡିଂନେ କାମ୍ । 14 ମେଃଡାଗ୍ଲା ପର୍ମେସର୍ ସାପା କାମ୍, ଆରି ବଲ୍ ମନ୍ଦ୍କେ ବାରି ସାପା ବୁଃଡ଼ିକ୍ନେ ବିସଏକେ ବିଚାର୍ନିଆ ଡୁଙ୍ଗ୍ପାଙ୍ଗ୍ଏ ।