1 ନେଙ୍ଗ୍ ନିଜେ ମନେ ମନେ ମ୍ବାବେକେ, ଏଲାପା, ନେଙ୍ଗ୍ ଏବେ ଆପେକେ ସାର୍ଦା ବାନ୍ ପରିକ୍ୟା ଣ୍ଡିଙ୍ଗ୍ଏ; ଏବେ ସୁକ୍ ବାପା, ଆରି କେଲାପା, ଆତେନ୍ ଡିଗ୍ ସରାଃ । 2 ନେଙ୍ଗ୍ ଲୁଆଃନେ ବିସଏରେ ମ୍ବାସଙ୍ଗ୍କେ, ଆତେନ୍ ବାୟା ରକମ୍ନେ ସାମୁଆଁ; ସାର୍ଦା ଡିଙ୍ଗ୍ନେ ବିସଏରେ ମ୍ବାସଙ୍ଗ୍କେ, ଆତେନ୍ ମେଃନେ ଲାବ୍ ବିଃଏ ? 3 ନେଙ୍ଗ୍ ଡି ରକମ୍ ସାଗ୍ରା ଉଗ୍ଚେ ଗାଗ୍ଡ଼େକେ ସାନ୍ତି ନ୍ନାଃଡିଙ୍ଗ୍ଏ ବାରି କିତଂ ଆଲ ରେମୁଆଁ ଉଂଡେଇଂନେ ଜିବନ୍ ଜାକ ମେଃ ଡିଙ୍ଗ୍ନେ ନିମାଣ୍ଡା, ଆକେନ୍ ମ୍ୟାଃୟା ଜାକ ଡିରକମ୍ ଅଗିଆନ୍କେ ସାଃଚେ ଅଲେଙ୍ଗ୍ ନ୍ଲେଃଏ, ଆକେନ୍ ମନେ ମନେ ନେଙ୍ଗ୍ ନ୍ତୁର୍କେ, ଆକେନ୍ ବେଲା ଆଃ ନେଙ୍ଗ୍ନେ ମନ୍ ଗିଆନ୍ରେ ଆନେଙ୍ଗ୍କେ ଗାଲି ଆସୁଏଃଡିଂଗେ । 4 ନେଙ୍ଗ୍ ନିଜର୍ ଆତ୍ଲା ବେସି ମ୍ନାଃ ମ୍ନାଃ କାମ୍ ଣ୍ଡିଙ୍ଗ୍କେ; ନେଙ୍ଗ୍ ଡୁଆଆଣ୍ଡେଙ୍ଗ୍ ନ୍ନାଃରେକେ; ନେଙ୍ଗ୍ ଗୁଲେ ଅଙ୍ଗୁର୍ ଡୁଗ୍ଡି ନ୍ନାଃରେକେ । 5 ନେଙ୍ଗ୍ ନିଜର୍ ଆତ୍ଲା ଡୁଗ୍ଡି ଆରି ପାରାକ୍ ଆଃରେଚେ, ଆତ୍ଅରିଆ ସାପା ରକମ୍ନେ ଚୁଚୁ ସ୍ଲାଃ ଉଁଉଂକେ । 6 ନେଙ୍ଗ୍ ସ୍ଲାଃନେ ପାଲା ଉଂମ୍ବକ୍ନେ କଣ୍ଡାନିଆ ଣ୍ଡିଆଃ ବିଃନ୍ସାଃ ବନ୍ଦ୍ଇଂ ନ୍ନାଃଗଃକେ; 7 ନେଙ୍ଗ୍ ଚାକର୍ ଚାକର୍ବୁଏଃଇଂକେ ମ୍ବିଆର୍କେ ଆରି ନେଙ୍ଗ୍ନେ ଡୁଆନିଆ ଜନମ୍ ଡିଙ୍ଗ୍ଲେକ୍ନେ ଚାକର୍ଇଂ ଲେଃଆର୍ଗେ; ଆରି ନେଙ୍ଗ୍ ସିସେ ଯିରୂଶାଲମନିଆ ଲାଏଃକ୍ନେ ସାପାରେ ବାନ୍ ନେଙ୍ଗ୍ନେ ଅରେଃମେଣ୍ଡା ପସୁ ମାନ୍ଦା ଜାବର୍ ଲେଃଆର୍ଗେ; 8 ନେଙ୍ଗ୍ ରୁପା ଆରି ସୁନା, ବାରି ବିନ୍ବିନ୍ ରାଜାଇଂନେ ଆରି ବିନ୍ବିନ୍ ଦେସ୍ନେ ଜାବର୍ ଦନ୍ସମ୍ପତି ଣ୍ଡ୍ରାସିଙ୍ଗ୍କେ; ନେଙ୍ଗ୍ ଅସ୍ମାର୍ ସାର୍ନେ ଙ୍ଗିରେ ଆରି ସେଲା, ଆରି ରେମୁଆଁଇଂନେ ସାନ୍ତି ଆଃଡିଙ୍ଗ୍ନେ ଗୁଲେ ସେଲାମ୍ବୁଏଃଇଂକେ ଙବାକେ । 9 ଦେକ୍ରକମ୍ ନେଙ୍ଗ୍ ଅଃସେ ଯିରୂଶାଲମନିଆ ଜାଣ୍ଡେଇଂ ଲେଃଆର୍ଗେ, ଆତେନ୍ ସାପାରେନେ ବାନ୍ ବପୁରେ ଆରି ସାକାର୍ ଣ୍ଡିଙ୍ଗ୍କେ, ଏଲେଡିଗ୍ ନେଙ୍ଗ୍ନେ ଗିଆନ୍ ନେଙ୍ଗ୍ ଡାଗ୍ରା ଲେଃଗେ । 10 ଆରି, ନେଙ୍ଗ୍ ମ୍ମୁଆଃ ମେଃନେ ଆସା ଡିଙ୍ଗ୍କେ, ଆତେନ୍ ନେଙ୍ଗ୍ ଆମେକେ ମନା ନ୍ନାଡିଙ୍ଗ୍କେ ଣ୍ଡୁ; ନେଙ୍ଗ୍ ନିଜର୍ ମନ୍କେ ମେଃଡିଗ୍ ସୁକ୍ ବାନେବାନ୍ ମନା ନ୍ନାଡିଙ୍ଗ୍କେ ଣ୍ଡୁ, ମେଃଡାଗ୍ଲା ନେଙ୍ଗ୍ନେ ସାପା କସ୍ଟ କାମ୍ ନ୍ସାଃ ନେଙ୍ଗ୍ନେ ମନ୍ ସାର୍ଦା ଡିଙ୍ଗ୍କେ, ବାରି, ନେଙ୍ଗ୍ନେ ସାପା କସ୍ଟ କାମ୍ବାନ୍ ଆକେନ୍ ନେଙ୍ଗ୍ନେ ବାଗ୍ ଲାଏଃଗେ । 11 ତେଲା ନେଙ୍ଗ୍ନେ ନ୍ତି ମେଃ ସାପା ସ୍ଲେବଗେ ଆରି ମେଃ ମେଃନେ ନେଙ୍ଗ୍ ସ୍ଲେମ୍ବଗେ, ଆତେନ୍ ସାପା ନେଙ୍ଗ୍ ଙ୍କେକେ, ତେଲା, କେଲାପା, ସାପା ସରାଃ ଆରି ୱେଡ଼୍ୟାଃକେ ସାଃନ୍ସା ଚେସ୍ଟା ଡିଙ୍ଗ୍କ୍ନେ ରକମ୍ ଆରି ସ୍ନି ଆଲ ମେଃଡିଗ୍ ଲାବ୍ ଆଲେଗେ ।
12 ରାଜା ମେଃ ଡିଙ୍ଗ୍ୟାଏ ବିନ୍ ରେମୁଆଁ ଜା ଦେତ୍ରକମ୍ ଡିଙ୍ଗ୍ଆୟା ଣ୍ଡୁ । ନା ମେଃନେ ଡିଙ୍ଗ୍ ନ୍ସା ଚାଏଁନାଡିଙ୍ଗ୍କେ, ରାଜା ଆତେନ୍ ଡିଙ୍ଗ୍ ଆଃଡାବକେ । ତେନ୍ଇଡ଼ିଂ ନେଙ୍ଗ୍ ବାର୍ମୁଇଂତର୍ ଗିଆନ୍, ଚୁଲ୍ଚୁଲ୍ ଡିଙ୍ଗ୍ନେ, ଆରି ଅଗିଆନ୍ ବିସଏରେ ବାବେନ୍ସା ନ୍ଲାଗେକେ । 13 ତେଲା ନେଙ୍ଗ୍ ଙ୍କେକେ, ଡିରକମ୍ ତାଂକିଗ୍ ବାନ୍ ତାରାସ୍ ନିମାଣ୍ଡା, ଦେତ୍ରକମ୍ ଅଗିଆନ୍ ବାନ୍ ଗିଆନ୍ ନିମାଣ୍ଡା । 14 ଗିଆନ୍ ଲେକ୍ନେ ରେମୁଆଁ ତାର୍କିଗ୍ନିଆ ଅଲେଙ୍ଗ୍ଏ, ମାତର୍ ମୁର୍କ ରେମୁଆଁ ତାଂକିଗ୍ନିଆ ଅଲେଙ୍ଗ୍ଡିଂକେ, ମାତର୍ ନେଙ୍ଗ୍ ଙ୍କେକେ, ମୁଇଂ ରକମ୍ନେ ଗଟ୍ନା ଗିଆନ୍ ରେମୁଆଁକେ ଆରି ମୁର୍କ ରେମୁଆଁକେ ମ୍ୱାୟାକେ ଡିଗ୍ ଗଟେ ଡିଙ୍ଗ୍କେ । ସାରାସାରି ବେଲା ମେଇଂ ମ୍ୱାୟାନୁଗ୍ ଜାକ ଗୁଏଃଡିଂଆର୍କେ । 15 ଆତେନ୍ସା ନେଙ୍ଗ୍ ମନେ ମନେ ମ୍ବାବେକେ, "ମୁର୍କ ଆଡ଼ାତ୍ରା ଡିରକମ୍ ଗଟେଏ, ନେଙ୍ଗ୍ ଆଡ଼ାତ୍ରା ଡିଗ୍ ଦେତ୍ରକମ୍ ଗଟେଏ । ତେଲା ନେଙ୍ଗ୍ ମେଃସା ବେସି ଗିଆନ୍ବାନ୍ ଣ୍ଡିଙ୍ଗ୍କେ ।" ଆତେନ୍ସା ନେଙ୍ଗ୍ ମ୍ୱାବେକେ, "ଆକେନ୍ ଡିଗ୍ ସରାଃ ।" 16 ମେଃଡାଗ୍ଲା ଡିରକମ୍ ମୁର୍କନେ, ଦେତ୍ରକମ୍ ଗିଆନ୍ ରେମୁଆଁନେ ବୁଦି କାଲାଆଃ ଆଲେଃ ଣ୍ଡୁ, ମେଃଡାଗ୍ଲା ପାଙ୍ଗ୍ନେ ଦିନା ସାପାରେ ଆଙ୍କ୍ ଆନ୍ତ୍ ଡିଙ୍ଗ୍ଲେଃଆର୍ଏ । ଦେଃତୁଆଃ ଆଃ ମୁର୍କ ଡିରକମ୍ ଗୁଏଃଏ, ଗିଆନ୍ ରେମୁଆଁ ଡିଗ୍ ଦେତ୍ରକମ୍ ଗୁଏଃଏ । 17 ଆତେନ୍ସା ନେଙ୍ଗ୍ ଜିବନ୍କେ ଗୁର୍ନା ଣ୍ଡିଙ୍ଗ୍କେ, ମେଃଡାଗ୍ଲା ସ୍ନି ଆଲ ଡିଙ୍ଗ୍ମ୍ବକ୍ନେ କାମ୍ ନେଙ୍ଗ୍ ଇସାବ୍ରେ କସ୍ଟ ରକମ୍ ଲାଗେକେ, ମେଃଡାଗ୍ଲା ସାପା ଆଃ ସରାଃ ବାରି ୱେଡ଼୍ୟାଃକେ ସାଃନ୍ସାଃ ଚେସ୍ଟା ଡିଙ୍ଗ୍କେ ରକମ୍ ।
18 ବାରି, ସ୍ନି ଆଲ ନେଙ୍ଗ୍ ଡିରକମ୍ ଆଲିଆ ଣ୍ଡିଙ୍ଗ୍କେ, ନେଙ୍ଗ୍ନେ ଆତେନ୍ କସ୍ଟ ଣ୍ଡିଙ୍ଗ୍କ୍ନେ ସାପାକେ ନେଙ୍ଗ୍ ଗୁର୍ନା ଣ୍ଡିଙ୍ଗ୍କେ, ମେଃଡାଗ୍ଲା ନେଙ୍ଗ୍ନେ ପାଙ୍ଗ୍ଡିକ୍ନେ ବଂସକୁଲ୍ ଆତ୍ଲା ଆତେନ୍ ସାପା ଆନ୍ତାର୍ଚେ ୱେନେ ପଡ଼େଏ । 19 ଆରି, ମେଁ ଗିଆନ୍ ରେମୁଆଁ ଣ୍ଡୁଲା ମୁର୍କ ରେମୁଆଁ ଡିଙ୍ଗ୍ଏ, ଜାଣ୍ଡେ ମ୍ୟାଃୟାଏ ? ଏଲେଡିଗ୍ ନେଙ୍ଗ୍ ସ୍ନି ଆଲ ଆଣ୍ଡିନ୍ ସାପା କାମ୍ ଡିଙ୍ଗ୍ଚେ ଗିଆନ୍ ନ୍ନାସୁଏଃକେ, ମେଁ ମେଁନେ ଆତେନ୍ ସାପା କାମ୍ନେ ସାକାର୍ ରକମ୍ ଡିଙ୍ଗ୍ଏ; ଆକେନ୍ ଆଃ ସରାଃ । 20 ଆତେନ୍ସା ସ୍ନି ଆଲ ନେଙ୍ଗ୍ ଆଣ୍ଡିନେ ସାପା କାମ୍ ଣ୍ଡିଙ୍ଗ୍କେ, ଆତେନ୍ ସାପା ବିସଏରେ ନେଙ୍ଗ୍ନେ ମନ୍କେ ନିରାଶ୍ ଆଃଡିଙ୍ଗ୍ ନ୍ସାଃ ଇକ୍ଚା ଣ୍ଡିଙ୍ଗ୍କେ । 21 ମେଃଡାଗ୍ଲା ମୁଇଂ ରେମୁଆଁ ଗିଆନ୍ ଆରି ବିଦ୍ୟା ବାରି ସାହାସ୍ରେ କାମ୍ ଡିଂମ୍ୟାଃକେ, ଏଲେଡିଗ୍ ମୁଃଡ଼ି ରେମୁଆଁ ଆତ୍ଅରିଆ କାମ୍ ଆଡିଙ୍ଗ୍କେ ଣ୍ଡୁ, ମେଁନେ ବଁସ୍କୁଲ୍ ଆତ୍ଲା ମେଁ ଆତେନ୍ ଆନ୍ତାର୍ଚେ ୱେଏ, ଆତେନ୍ ଆଃ ସରାଃ ବାରି ଜାବର୍ ଦଦ୍ୟା । 22 ତେଲା ସ୍ନି ଆଲ ରେମୁଆଁ ଆଣ୍ଡିନେ ସାପା କାମ୍ରେ ଆରି ମନ୍ନେ ଚିନ୍ତାରେ କାମ୍ ଡିଙ୍ଗ୍ଏ, ଆତେନ୍ ସାପାବାନ୍ ମେଁ ମେଃନେ ବାଏ ? 23 ମେଃଡାଗ୍ଲା ମେଁନେ ଦିନ୍ ସାପା ଦୁକ୍ରେ ଲେଃଏ ଆରି ମେଁନେ ଚିନ୍ତା ରକମ୍, ମିଡିଗ୍ ବେଲା ଡିଗ୍ ମେଁନେ ଜିବନ୍ ଆପୁଣ୍ଡେ ଣ୍ଡୁ । ଆକେନ୍ ଡିଗ୍ ସରାଃ । 24 ଚଙ୍ଗ୍ ଉଗ୍ ଆରି ନିଜର୍ କାମ୍ରେ ନିଜର୍ ଜିବନ୍କେ ସୁକ୍ ଆଃଡିଙ୍ଗ୍ନେ ବାଦୁଲ୍ ରେମୁଆଁନେ ଆରି ବେସି ମଙ୍ଗ୍ଲ୍ ବିଷୟ୍ ଣ୍ଡୁ । ବାରି ନେଙ୍ଗ୍ ଙ୍କେକେ, ଆକେନ୍ ମାପ୍ରୁବାନ୍ ଡିଙ୍ଗ୍ଡିଂକେ । 25 ମେଃଡାଗ୍ଲା ନେଙ୍ଗ୍ବାନ୍ ଜା ବେସି ଚଙ୍ଗ୍ ଉଗ୍ଏ, ଣ୍ଡୁଲା ସୁକ୍ ଡିଙ୍ଗ୍ୟାଏ ? 26 ମୁଃଡ଼ି ରେମୁଆଁ ମାପ୍ରୁକେ ସାର୍ଦା ଆଃଡିଙ୍ଗ୍ଏ, ମେଁ ଆମେକେ ଗିଆନ୍ ଆରି ବିଦ୍ୟା ଆରି ସାର୍ଦା ବିଃଏ; ମାତର୍ ମାପ୍ରୁକେ ସାର୍ଦା ଆଡିଙ୍ଗ୍ନେ ରେମୁଆଁକେ ବିଃନ୍ସାଃ ରାଃସିଙ୍ଗ୍ନେ ଆରି ଜତନ୍ ଡିଂଚେଃ ବନେ ନ୍ସାଃ ପାପିକେ ମେଁ କାମ୍ ବିଃଏ । ଆକେନ୍ ଆଃ ସରାଃ ବାରି ୱେଡ଼୍ୟାଃକେ ସାଃନ୍ସାଃ ୱେନେ ରକମ୍ ।