1 ଗିଆନ୍ ରେମୁଆଁ ରକମ୍ ଜା ଲେଃକେ ? ଆରି ଜା ମୁଇଂ ସାମୁଆଁ ବାବେବକ୍ନେ ଅର୍ତ ମ୍ୟାଃୟାଏ ? ରେମୁଆଁନେ ଗିଆନ୍ ମେଁନେ ସାର୍ମୁଆଃକେ ସାର୍ଦା ଆରି ମେଁନେ ସାର୍ମୁଆଃନେ କସ୍ଟ ବଦ୍ଲେ ୱେଏ । ସାମ୍ନାରେ ପାର୍ମାନ୍ ଡିଙ୍ଗ୍ ନ୍ସାଃ ଆତେନ୍ ଡିଙ୍ଗ୍ । 2 ପେ ଇଃସାଙ୍ଗ୍ନେ ଆଦେସ୍ ପାଲନ୍ ଡିଙ୍ଗ୍ପା, ନେଙ୍ଗ୍ ଆକାନ୍ ଆଦେସ୍ ମ୍ୱିଏ ବାରି ପର୍ମେସର୍ନେ ସାମ୍ନାନିଆ ପାର୍ମାନ୍ ଡିଙ୍ଗ୍ନେ ବାଟା ଆତାନ୍ ଡିଙ୍ଗ୍ପା । 3 ମେଁ ବାନ୍ ତାର୍ୱେ ନ୍ସା ଚଞ୍ଚଲ୍ ଆଡିଙ୍ଗ୍ପା । ମେଃଡିଗ୍ ଦଦିଆ ବିସଏନେ ସାପଟ୍ରେ ଆତୁଆଁଗ୍ପା । ମେଃଡାଗ୍ଲା ମେଁନେ ମେଃ ଇକ୍ଚା, ମେଁ ଆତେନ୍ ଡିଙ୍ଗ୍ଏ । 4 ମେଃଡାଗ୍ଲା ରାଜାନେ ସାମୁଆଁ ଡାଗ୍ରା ବପୁଲେଃକେ । ବାରି, ନା ମେଃନେ ଡିଙ୍ଗ୍ନାଡିଙ୍ଗ୍କେ, ଆକେନ୍ ଆମେକେ ଜା ବାସଙ୍ଗ୍ ୟାଆର୍ଏ ? 5 ଜା ଆଜ୍ଞା ପାଲନ୍ ଡିଙ୍ଗ୍ଏ, ମେଁ ମେଃଡିଗ୍ ଦଦିଆ ବିଷୟ୍ ଆମ୍ୟାଃ ଣ୍ଡୁ । ବାରି ଗିଆନି ରେମୁଆଁନେ ମନ୍ ବେଲା ଆରି ବିଚାର୍ ଡିଙ୍ଗ୍ନେ ମ୍ୟାଃଲେଃ । 6 ମେଃଡାଗ୍ଲା ସାପା ବିଷୟ୍ ଆତ୍ଲା ସମୟ୍ ଆରି ବିଚାର୍ ଡିଙ୍ଗ୍ନେ ଲେଃକେ, ଏଲେଡିଗ୍ ରେମୁଆଁନେ ଦୁକ୍ ମେଁ ଆତ୍ଲା ବେସି କସ୍ଟ ରକମ୍ । 7 ମେଃଡାଗ୍ଲା ମେଃନେ ଗଟେଏ, ଆତେନ୍ ମେଁ ଆମ୍ୟା ଣ୍ଡୁ ଆରି ଡିରକମ୍ ଆତେନ୍ ଗଟେଏ, ଆକେନ୍ ଜା ଆମେକେ ଆଃମ୍ୟାଃୟାଏ ? 8 ପୁଣ୍ଡା ଆଃଅଟ୍କେଚେଃ ବନେସାଃ ପୁଣ୍ଡା ଆଡ଼ାତ୍ରା ରେମୁଆଁନେ ମେଃଡିଗ୍ ଅଦିକାର୍ ଣ୍ଡୁ କି ଗୁଏଃନେ ଦିନ୍ ଆଡ଼ାତ୍ରା ମେଁନେ ମେଃଡିଗ୍ ଅଦିକାର୍ ଣ୍ଡୁ, ବାରି, ଆତେନ୍ ଯୁଦ୍ବାନ୍ ମେଃନେ ଆମେକେ ଚୁଟି ଣ୍ଡୁ; ବାରି ଦୁଷ୍ଟ ଡିଙ୍ଗ୍ନେ ରେମୁଆଁ ମେଁ ଦୁଷ୍ଟ ଡିଙ୍ଗ୍ନେବାନ୍ ଆମେକେ ଉଦାର୍ ଆଃଡିଙ୍ଗ୍ ଆୟା ଣ୍ଡୁ ।
9 ଆକେନ୍ ସାପା ନେଙ୍ଗ୍ କେନ୍ଲେକେ ଆରି ସ୍ନି ଆଲ ଜା ସାପା ସ୍ଲେଗ୍ନାର୍ ଡିଙ୍ଗ୍ଆର୍ଡିଂକେ, ଆତେନ୍ ସାପାନିଆ ନେଙ୍ଗ୍ ମନ୍ଦିଆନ୍ ବିଃମ୍ୱକେ । ଅଃନା ଅଃନା ମୁଇଂ ରେମୁଆଁ ବାରିମୁଇଂ ରେମୁଆଁ ଆଡ଼ାତ୍ରା ମେଁନେ ଅମଙ୍ଗଲ୍ ଆତ୍ଲା ଅଦିକାର୍ ଲେଃଏ । 10 ନେଙ୍ଗ୍ ଆକେନ୍ କେନ୍ଲେଃକେ ଜେ, ଦଦ୍ୟା ରେମୁଆଁଇଂ ଗୁଏଃଆର୍କେ ଆରି ଆମେଇଂକେ ଆତି ବିଃଆର୍କେ, ଆରି ସତ୍ କାମ୍ ଡିଂଣ୍ଡ୍ରେଇଂ ପବିତ୍ର ଜାଗାଅରିଆ ୱେଆର୍କେ, ମାତର୍ ଆତେନ୍ ରେମୁଆଁଇଂ ରାଃଚ୍ୟାବାନ୍ ଆଣ୍ଡେନେ ବେଲା ମେଇଂ ଦୁସ୍ଟଇଂନେ ପ୍ରସଂସା ଡିଂଆର୍କେ; ଜାଜା ଆତେନ୍ ଇନିଅରିଆ ଦଦ୍ୟା କାମ୍ ଡିଂବଆର୍ଗେ; ଆକେନ୍ ଡିଗ୍ ବେକାର୍ ଆଃ ଙ୍କେକେ । 11 ଦଦିଆ କାମ୍ ବିରଦ୍ରେ ଡଣ୍ଡ୍ ବିନେ ଆଜ୍ଞା ପୁରନ୍ ଆଡିଂକେସାଃ ରେମୁଆଁଇଂନେ ମନ୍ ଦଦ୍ୟା କାମ୍ ଡିଂନ୍ସାଃ ପୁରାପୁରି ବାବ୍ରେ ଇକ୍ଚା ଡିଂଏ । 12 ଏଲେଡିଗ୍ ପାପି ରେମୁଆଁ ଶହେତର୍ ପାପ୍ କାମ୍ ଡିଙ୍ଗ୍ଚେ ବେସି ଦିନ୍ ବ୍ରୁଆଏ, ଏଲେ ନେଙ୍ଗ୍ ମ୍ୟାଃନ୍ଲେକେ ଜେ, ମାପ୍ରୁକେ ଜାଣ୍ଡେଇଂ ବୁଟଆର୍ଏ ଆରି ମେଁନେ ସାମ୍ନାରେ ବୁଟଚେ ଅଲେଙ୍ଗ୍ଆର୍ଏ, ମେଙ୍ଗ୍ନେ ମଙ୍ଗଲ୍ ଡିଙ୍ଗ୍ଏ । 13 ମାତର୍ ଦୁସ୍ଟନେ ମଙ୍ଗଲ୍ ଆଡିଙ୍ଗ୍ ଣ୍ଡୁ, କି ମେଁ ନିଜେ ଲୁଡ଼୍ୟାଃ ରକମ୍ ମେଁନେ ଆୟୁସ୍କେ ଆଃମ୍ନାଃ ଆୟା ଣ୍ଡୁ । ମେଃଡାଗ୍ଲା ମେଁ ମାପ୍ରୁନେ ସାମ୍ନାରେ ବୁଟ ଆଡିଙ୍ଗ୍କେ ଣ୍ଡୁ । 14 ମଞ୍ଚ୍ପୁର୍ନିଆ ଆକେନ୍ ମୁଇଂ ସରାଃ ସାମୁଆଁ ପୁରନ୍ ଡିଂଡିଙ୍ଗ୍କେ । ଅଃନା ଅଃନା ଦାର୍ମିକ୍ ରେମୁଆଁଇଂକେ ଦୁସ୍ଟ ରେମୁଆଁଇଂନେ କାମ୍ ଇସାବ୍ରେ ଗଟ୍ନା ଗଟେଏ, ବାରି ଅଃନା ଅଃନା ଦୁସ୍ଟ ରେମୁଆଁଇଂକେ ଦାର୍ମିକ୍ ରେମୁଆଁଇଂନେ କାମ୍ ଇସାବ୍ରେ ଗଟ୍ନା ଗଟେଏ । ନେଙ୍ଗ୍ ମ୍ୱାସଙ୍ଗ୍କେ, ଆକେନ୍ ସରାଃ । 15 ତେସାଃ ନେଙ୍ଗ୍ ସାର୍ଦାକେ ମ୍ୱାଚେକେ, ମେଃଡାଗ୍ଲା ଚଙ୍ଗ୍ଉଗ୍ନେ ଆରି ସାର୍ଦା ଡିଙ୍ଗ୍ନେ ବାନ୍ ସ୍ନି ଆଲ ରେମୁଆଁ ଆଡ଼ାତ୍ରା ଆରି ମେଃଡିଗ୍ ନିମାଣ୍ଡା ବିଷୟ୍ ଣ୍ଡୁ । ଆତେନ୍ସା ମେଁ ସ୍ନି ଆଲ ମାପ୍ରୁ ବିଃବକ୍ନେ ମେଁନେ ଆୟୁସ୍ ବିତ୍ରେ ଜା ଜା ସ୍ଲେ ମ୍ମ୍ୟାଃକେ, ଆତେନ୍ ସାପାନିଆ ଆକେନ୍ ଆଃ ମେଁ ଏଃତେ ଲାଗେ ଲେଃଏ । 16 ଉଡ଼ିବେଲା ନେଙ୍ଗ୍ ଗିଆନ୍ ବିସଏରେ ମ୍ୟାନ୍ସା ଆରି ମଞ୍ଚ୍ପୁର୍ନିଆ ଡିଙ୍ଗ୍ନେ ସ୍ଲେଗ୍ନାର୍କେ କେନ୍ସା ମନ୍ଦିଆନ୍ ମ୍ୱିକେ । ମେଃଡାଗ୍ଲା ସ୍ମି ମିଡିଗ୍ ଜାନେ ମ୍ମୁଆଃ ଆକେକେ ଣ୍ଡୁ, ଦେକ୍ରକମ୍ ରେମୁଆଁକେ ଡିଗ୍ ଲେଃକେ । 17 ଅଃତେନ୍ବେଲା ନେଙ୍ଗ୍ ମାପ୍ରୁନେ ସାପା କାମ୍ ବିସଏରେ ଙ୍କେକେ ଜେ, ରେମୁଆଁ ସ୍ନି ଆଲ ଡିଙ୍ଗ୍ବକ୍ନେ କାମ୍ ବିସଏରେ ମେଃନେ ଗଟେଏ, ଆତେନ୍ ବୁଜେ ଆୟା ଣ୍ଡୁ । ଆରି ଆତେନ୍ ତୁର୍ନେସା ରେମୁଆଁ ଉଡ଼ି କାମ୍ ଡିଙ୍ଗ୍ଲା ଡିଗ୍ ଆତେନ୍ ଅବା ଆୟା ଣ୍ଡୁ । ଆରି, ଗିଆନି ରେମୁଆଁ ଆତେନ୍ ମ୍ୟାଃନ୍ସାଃ ଚିନ୍ତା ଡିଙ୍ଗ୍ଲା ଡିଗ୍ ଆତ୍ଅରିଆନେ ଗିଆନ୍ ବାନ୍ସା ଚେସ୍ଟା ଡିଙ୍ଗ୍ଲା ଡିଗ୍ ବା ଆୟା ଣ୍ଡୁ ।