1 ଦାଉଦ୍ନେ ଉଂଡେ, ଯିରୂଶାଲମନେ ରାଜା, ନିମାଣ୍ଡାଃ ସାମୁଆଁ ସିକ୍ୟା ବିଃଣ୍ଡ୍ରେନେ ସାପା ସାମୁଆଁ । 2 ନିମାଣ୍ଡାଃ ସାମୁଆଁ ସିକ୍ୟା ବିଃଣ୍ଡ୍ରେ ବାସଙ୍ଗ୍ଡିଙ୍ଗ୍କେ, "ସରାଃନେ ସରାଃ, ସରାଃନେ ସରାଃ, ସାପା ଆଃ ସରାଃ । 3 ରେମୁଆଁ ସ୍ନି ଆଲ ମେଃ ମେଃ ସାପା ସ୍ଲେଚେ ଲାଃକା ୱେଏ, ମେଁନେ ଆତେନ୍ ସାପା କାମ୍ବାନ୍ ମେଃ ଲାବ୍ ? 4 ମୁଇଂ ପିଡ଼ି ୱେଏ ଆରି ବିନ୍ ପିଡ଼ି ପାଙ୍ଗ୍ଏ; ମାତର୍ ମଞ୍ଚ୍ପୁର୍ କାଲାଆଃ ଲେଃଏ । 5 ଆରି ଡିଗ୍ ସ୍ନି ତାର୍ଏ ବାରି ସ୍ନି ଲଗ୍ଏ, ବାରି ମେଁ ତାର୍ନେ ଜାଗାନ୍ନିଆ ୱେନ୍ସାଃ ତାନ୍ଦ୍ରା ଡିଙ୍ଗ୍ଏ । 6 ୱେଡ଼୍ୟାଃ ଦକିନ୍ ଦିଗ୍ ପାକା ୱେଏ ଆରି ଉତର୍ ଦିଗ୍ପାକା ଆଣ୍ଡେଏ; ମେଁନେ ଗାଲିନିଆ କାଲାଆଃ ପୁଏଏ ଆରି ୱେଡ଼୍ୟାଃ ମେଁନେ ଗାଲିନିଆ ବାର୍ମୁଇଂତର୍ ଆଣ୍ଡେ ପାଙ୍ଗ୍ଏ । 7 ଲଣ୍ଡିଆଃ ସାପା କେଣ୍ଡିଆଃନିଆ ୱେଚେଃ ମିସୁଃଏ, ଏଲେଡିଗ୍ କେଣ୍ଡିଆଃ ଆତ୍ନ ଣ୍ଡୁ; ଲଣ୍ଡିଆଃ ସାପା ମେଙ୍ଗ୍ନେ ୱେନେ ଗାଲିପାକା ବାର୍ମୁଇଂତର୍ ୱେଏ । 8 ସାପା ବିସଏ ଡିଙ୍ଗ୍ଲା ଆଃ ହାଲିଆ ଡିଙ୍ଗ୍ଚେ ତେରେପେତେ ଡିଙ୍ଗ୍ଏ; ରେମୁଆଁ ଆତେନ୍ ବର୍ଣ୍ଣନା ଡିଙ୍ଗ୍ଆୟା ଣ୍ଡୁ; ମୁଆଃ କେନେ ବାନ୍ ସାନ୍ତି ଆଡିଂ ଣ୍ଡୁ, କି ନ୍ଲୁଗ୍ ଅଁନେ ବାନ୍ ସାନ୍ତି ଆଡିଂ ଣ୍ଡୁ । 9 ମେଃ ଡିଙ୍ଗ୍ଲେଃକେ, ଆତେନ୍ ଆଃ ଡିଙ୍ଗ୍ଏ ବାରି ମେଃ ଡିଙ୍ଗ୍ବକେ ଆତେନ୍ ଆଃ ଡିଙ୍ଗ୍ଏ; ସ୍ନି ଆଲ ମେଃଡିଗ୍ ତ୍ମି ଜିନିସ୍ ଣ୍ଡୁ । 10 ଆଣ୍ଡିନେ ବିସଏରେ ରେମୁଆଁଇଂ ବାସଙ୍ଗ୍ମ୍ୟାଃଆର୍କେ, କେଲା, ଆକେନ୍ ତ୍ମି, ଦେକ୍ରକମ୍ କି ମେଃଡିଗ୍ ଜିନିସ୍ ଲେଃକେ ? ଆତେନ୍ ସାପା ତ ଅଃସେ ଜୁଗ୍ ବେଲା ଆଃ ଲେଃଗେ । 11 ଅଃସେ କାଲ୍ନେ ରେମୁଆଁଇଂନେ ବିସଏରେ ମେଃଡିଗ୍ ମନେ ଆଲେ ଣ୍ଡୁ; ବାରି ଇଡ଼ିଂଡେ ଜାଣ୍ଡେ ଜନମ୍ ପାଙ୍ଗ୍ଆର୍ଏ, ମେଙ୍ଗ୍ନେ ମନ୍ ଡିଗ୍ ଇଡ଼ିଂଡେ ପାଙ୍ଗ୍ନେ ରେମୁଆଁଇଂନିଆ ଆଲେଃ ଣ୍ଡୁ ।"
12 ନେଙ୍ଗ୍ ନିମାଣ୍ଡାଃ ସାମୁଆଁ ସିକ୍ୟା ବିଃଣ୍ଡ୍ରେ, ଯିରୂଶାଲମନିଆ ଇସ୍ରାଏଲ୍ ରେମୁଆଁଇଂନେ ଆଡ଼ାତ୍ରା ରାଜା ନ୍ଲେଃଗେ । 13 ବାରି, କିତଂ ଆଲ ଡିଙ୍ଗ୍ମ୍ବକ୍ନେ ସାପା ବିସଏ ଗିଆନ୍ ବାନ୍ ଏତେ ଏତେଚେଃ ମ୍ମ୍ୟାଃକେ ବାରି ତୁର୍ନେସା ମନ୍ ଦିଆନ୍ ମ୍ବିଃକେ; ଆତ୍ବାନ୍ ଜେ ପର୍ମେସର୍ ରେମୁଆଁ ଉଂଡେଇଂକେ ତାନ୍ଦ୍ରା ଡିଙ୍ଗ୍ ନ୍ସାଃ ବିଃବକେ, ଆକେନ୍ ଜାବର୍ ଦୁକ୍ ସାମୁଆଁ । 14 ସ୍ନି ଆଲ ଡିଙ୍ଗ୍ମ୍ବକ୍ନେ ସାପା କାମ୍କେ ନେଙ୍ଗ୍ କେନ୍ଲେକେ; ବାରି କେଲାପା, ଆତେନ୍ ସାପା ଆଃ ସରାଃ, ଆତେନ୍ ୱେଡ଼୍ୟାଃନେ ପ୍ଲାଃ ୱିର୍ନେ ରକମ୍ । 15 ଜା ସାପା ଆଡ୍କି ଲେଃକେ ଆତେନ୍ ସାପା ଆରି ସିଦା ଡିଙ୍ଗ୍ ଆୟା ଣ୍ଡୁ; ବାରି, ଜା ସାପା ଅବାବ୍ ଲେଃକେ, ଆତେନ୍ ସାପା ଏଜା ଡିଙ୍ଗ୍ ଆୟା ଣ୍ଡୁ । 16 ନେଙ୍ଗ୍ ନେଙ୍ଗ୍ନେ ରୁଦେବାନ୍ ବାବେଚେ ମ୍ବାସଙ୍ଗ୍କେ, କେଲା, ଯିରୂଶାଲମନିଆ ନେଙ୍ଗ୍ ବାନ୍ ଅଃସେ ଲେକ୍ନେ ସାପା ରେମୁଆଁଇଂନେ ବାନ୍ ନେଙ୍ଗ୍ ବେସି ଗିଆନ୍ ବା ନ୍ଲେକେ; ବାରି, ନେଙ୍ଗ୍ନେ ରୁଦୟ୍ ଗିଆନ୍ ଆରି ବିଦ୍ୟାଅରିଆ ବୁଜେ ୟାଣ୍ଡିଂକେ । 17 ତେସାଃ ନିଂ ଗିଆନ୍ନେ ସାମୁଆଁ, ବାରି ବାୟା ଆରି ଅଜ୍ଞାନତାନେ ସାମୁଆଁ ମ୍ୟାଃ ନ୍ସାଃ ଦିଆନ୍ ମ୍ବିଃକେ; ଆକେନ୍ ଆଃ ୱେଡ଼୍ୟାଃ ସାଃନେ ଡାଗ୍ଚେଃ ମ୍ମ୍ୟାଃକେ । 18 ମେଃଡାଗ୍ଲା ଜାବର୍ ଗିଆନ୍ଅରିଆ ଜାବର୍ କସ୍ଟ ଲାଏଃକେ; ବାରି, ଜା ବିଦ୍ୟା ଆର୍ଜେଏ, ମେଁ ଦୁକ୍ ଆର୍ଜେ ମ୍ୟାଃକେ ।