1 ତେଲା ନେଙ୍ଗ୍ କାନ୍ତି ତିଆର୍ଡିଂମ୍ବକେ ବାରି ଆତ୍ଅରିଆ ଆରି ପାକ୍ଚି ଲାଏଃକ୍ନେ ଚିନା ଣ୍ଡୁ । ଆକେନ୍ କବର୍ ସନ୍ବଲ୍ଲଟ୍ ଆରି ଟୋବୀୟ ବାରି ଆରବୀୟ ଗେଶମ୍ ବାରି ନେନେ ବିନ୍ ବିନ୍ ସତ୍ରୁଇଂ ମ୍ୟାଃଆର୍କେ । ଆକେନ୍ ବେଲା ନେଙ୍ଗ୍ ଇନିନେ ଗାଲି ସାପାନ୍ୟା କାପାଟ୍ ଆଃକ ନ୍ନାବଗେ । 2 ଆତେନ୍ ବେଲା ସନ୍ବଲ୍ଲଟ୍ ଆରି ଗେଶମ୍ ନେଙ୍ଗ୍ ଡାଗ୍ରା ରେମୁଆଁ ବେଚେ ବାସଙ୍ଗ୍କେ, "ଏଲାପା, ନେ ଓନୋ ଏରିଆନେ ମେଃଡିଗ୍ ମୁଇଂ ଇନିନିଆ ନେୱେପା ।" ମାତର୍ ମେଇଂ ଆନେଙ୍ଗ୍କେ ନସ୍ଟ ଆଃଡିଂନ୍ସାଃ ବିଚାର୍ ଡିଂବ ଆର୍ଗେ । 3 ତେଲା ନେଙ୍ଗ୍ ମେଇଂ ଡାଗ୍ରା ଦୁତ୍ଇଂକେ ବେଚେ ମ୍ୱାସଙ୍ଗ୍କେ, "ନେଙ୍ଗ୍ ମୁଇଂ ମ୍ନା କାମ୍ ଡିଂଣ୍ଡିଂକେ, ଆତେନ୍ସା ନେଙ୍ଗ୍ ପାଙ୍ଗ୍ନ୍ନାୟା ଣ୍ଡୁ । ପେ ଡାଗ୍ରା ପାଙ୍ଗ୍ନ୍ସା ବାରି କୁଡ଼େନ୍ସା ନେଙ୍ଗ୍ ଆତାନ୍ କାମ୍ ବନ୍ଦ୍ ନାଡିଂ ଣ୍ଡୁ ? 4 ଦେକ୍ରକମ୍ ମେଇଂ ଅଁତର୍ ନେଙ୍ଗ୍ ଡାଗ୍ରା ରେମୁଆଁ ବେକେ । ମାତର୍ ନେଙ୍ଗ୍ ଆମେଇଂକେ ଦେତ୍ରକମ୍ ଉତର୍ ମ୍ୱିକେ । 5 ଆକେନ୍ ଇଡ଼ିଙ୍ଗ୍ ସନ୍ବଲ୍ଲଟ୍ ମେଁନେ ଚାକର୍ନେ ନ୍ତିନିଆ ମୁଇଁ ମେଲା ଲାଏଃକ୍ନେ ଚିଟି ବିଃଚେ ମାଲ୍ତର୍ ଦେତ୍ରକମ୍ ନେଙ୍ଗ୍ ଡାଗ୍ରା ବେକେ ।" 6 ଆତ୍ଅରିଆ ଦେକ୍ରକମ୍ ଗୁଆର୍ବଗେ, "ଜାତି ଜାତି ବିତ୍ରେ ଆକେନ୍ ବ୍ନାଲିର୍ ବାସଙ୍ଗ୍ବକେ, ବାରି ଗେଶମ୍ ଆକେନ୍ ବାସଙ୍ଗ୍ଡିଂକେ ଯେ, ପେ ଆରି ଯିହୁଦିଇଂ ରାଇଜ୍ ନିଆ ଲେଃଚେ ରାଇଜ୍କେ ବିରଦ୍ ଡିଂନ୍ସାଃ ବିଚାର୍ ଡିଂପେଡିଂ । ଆତେନ୍ସା ପେ ଇନି ଆଃରେପେଡିଂକେ । ଆକେନ୍ ବ୍ନାଲିର୍ ଇସାବ୍ରେ ପେ ମେଙ୍ଗ୍ନେ ଇଃସାଙ୍ଗ୍ ଡିଂ ନ୍ସା ଇକ୍ଚା ଡିଂନାଡିଂକେ । 7 ବାରି, ଯିହୁଦାନେ ମୁଇଂ ଇଃସାଙ୍ଗ୍ ଲେଃକେ ଡାଗ୍ଚେ ନାନେ ସାମୁଆଁ ଯିରୂଶାଲମନିଆ ବାଃଲିର୍ ନ୍ସାଃ ପେ ବବିସତ୍ ବକ୍ତାଇଂକେ ବାଚେ ପେବକେ । ଆକେନ୍ କବର୍ ଇଃସାଙ୍ଗ୍ ଡାଗ୍ରା ୱେଚାଃଏ । ଆତେନ୍ସା ଏବେ ଏଲାପା, ନେ ମୁଇଂଡାଗ୍ରା ରିସିଂଚେ ନେବାଇର୍ନେବାତାପା ।" 8 ତେଲା ନେଙ୍ଗ୍ ମେଁ ଡାଗ୍ରା ବାସଙ୍ଗ୍ଚେ ମ୍ୱେକେ, "ପେ ମେଃନେ ବାସଙ୍ଗ୍ପେଡିଙ୍ଗ୍କେ । ଦେତ୍ରକମ୍ ମେଃଡିଗ୍ କାମ୍ ଡିଂ ଆଡିଂଆର୍କେ ଣ୍ଡୁ । ନା ମାତର୍ ନିଜର୍ ମନ୍ବାନ୍ ଆତେନ୍ସାପା ବାବେ ନାଡିଂକେ ।" 9 ଆକେନ୍ ସ୍ଲେନିଆ ମେଙ୍ଗ୍ନେ ନ୍ତି ଦୁର୍ବଲ୍ ଡିଂଲା ଆତେନ୍ ଆଡା ଣ୍ଡୁ ଡାଗ୍ଚେ ଜାଡିଗ୍ ଆନେକେ ବାଃଟନ୍ସାଃ ଇକ୍ଚା ଡିଂଆର୍କେ । ଆତେନ୍ସା ଅ ପର୍ମେସର୍, ନେଙ୍ଗ୍ନେ ନ୍ତିକେ ଡାଟ୍ ଆଃଡିଂ ।
10 ଆକେନ୍ ଇଡ଼ିଙ୍ଗ୍ ମହେଟବେଲନେ ଏଗ୍ଲେଣ୍ଡେ ଦଲାୟନେ ଉଂଡେ ଶମୟୀୟ ଡୁଆ ବିତ୍ରେ ଡାଚେ ଲେଃଗେ, ନେଙ୍ଗ୍ ଆତେନ୍ ଡୁଆ ଉଁୱେକେ, ତେଲା ମେଁ ବାସଙ୍ଗ୍କେ, "ନେ ପର୍ମେସର୍ନେ ଡୁଆନିଆ, ପାର୍ତନା ଡୁଆ ଡାଗ୍ରା ମୁଇଂଡାଗ୍ରା ନେଃରିସିଙ୍ଗ୍ପା ବାରି ପାର୍ତନା ଡୁଆନେ କାପାଟ୍ ସାପା ଡାନେଃବିଃ । ମେଃଡାଗ୍ଲା ମେଇଂ ଆପେକେ ବାଗୁଏନ୍ସା ପାଂଆର୍ଏ । ମିଡିଗ୍ ବେଲା ମେଇଂ ଆନାକେ ବାଗୁଏନ୍ସା ପାଂଆର୍ଏ ।" 11 ତେନ୍ ଇଡ଼ିଂ ନେଙ୍ଗ୍ ମ୍ୱାସଙ୍ଗ୍କେ, "ନେଙ୍ଗ୍ ରକମ୍ ରେମୁଆଁ ମେଃନେ ଲାଗ୍ଡଏ ? ନେଙ୍ଗ୍ ରକମ୍ ଡିଂଚେ ଜିବନ୍ ଆଃମ୍ବ୍ର ନ୍ସାଃ ଜା ପାର୍ତନା ଡୁଆ ବିତ୍ରେ ୱେଏ, ଦେକ୍ରକମ୍ ଜା ଲେଃକେ ? ନେଙ୍ଗ୍ ବିତ୍ରେ ନ୍ନାୱେ ଣ୍ଡୁ । 12 ମାତର୍ ନେଙ୍ଗ୍ ମ୍ୟାକେ, ବାରି କେଲା, ପର୍ମେସର୍ ଆମେକେ ବେଆବଗେ ଣ୍ଡୁ । ଏଲେଡିଗ୍ ମେଁ ନେଙ୍ଗ୍ ବିରଦ୍ରେ ଆକେନ୍ ବବିସତ୍ ସାମୁଆଁ ବାସଙ୍ଗ୍କେ । ବାରି, ଟୋବୀୟ ବାରି ସନ୍ବଲ୍ଲଟ୍ ଆମେକେ କୁଲି ବିଃବଗେ । 13 ନେଙ୍ଗ୍ ଡିରକମ୍ ମ୍ବ୍ଟଏ ବାରି ଆତେନ୍ କାମ୍ ଡିଂଚେ ପାପ୍ ଣ୍ଡିଙ୍ଗ୍ଏ, ବାରି ମେଇଂ ଡିରକମ୍ ଆନେଙ୍ଗ୍କେ କରାପ୍ ଆଃଡିଂନେସା ନେଙ୍ଗ୍ ବଦ୍ଲାମ୍ ଡିଂମ୍ବକ୍ନେ କାମ୍ କେଏ, ଆତେନ୍ସା ଆମେକେ ଆଜ୍ରି ବିଃଆର୍ଲେ । 14 ଅ ନେଙ୍ଗ୍ନେ ପର୍ମେସର୍, ଟୋବୀୟ ଆରି ସନ୍ବଲ୍ଲଟ୍ନେ ଆକେନ୍ ସାପା କାମ୍ ଡିଂକ୍ନେ ଇସାବ୍ରେ ଆମେଇଂକେ, ଆରି ଆନେଙ୍ଗ୍କେ ବାଃଟନ୍ସାଃ ଇକ୍ଚା ଡିଂଆର୍କେ ଯେ ନୋୟଦୀୟା ବବିସତ୍ ବକ୍ତା ବାରି ବିନ୍ ବବିସତ୍ ବକ୍ତା, ଆମେଇଂକେ ମନେ ତ୍ଲାଗ୍ପା ।"
15 ତେଲା ବାବନ୍ ଦିନ୍ ବିତ୍ରେ ଇଲୂଲ ଆର୍କେନେ ପଚିସ୍ ତାରିକ୍ ବେଲା କାନ୍ତି ଆଃରେନେ କାମ୍ ଡାକେ । 16 ବାରି, ନେନେ ସତ୍ରୁ ସାପାରେ ଆକେନ୍ ଅଁଆର୍ଲା, ଦେକ୍ରକମ୍ ଡିଂକେ ଜେ, ନେନେ ପିତୁର୍ପାକା ଲେଃକ୍ନେ ବିନ୍ ଦେସ୍ନେ ସାପାରେ ଡିଗ୍ ବୁଟଆର୍କେ ବାରି ପେ ସାମ୍ନାରେ ଗିଆସଃଆର୍କେ, ମେଃଡାଗ୍ଲା ଆକେନ୍ କାମ୍ ଜେ ନେନେ ପର୍ମେସର୍ ବାନ୍ ଡିଙ୍ଗ୍ଲାଏକେ, ଆକେନ୍ ମେଇଂ ବୁଜେଆର୍କେ ।
17 ବାରି, ଆତେନ୍ କାଲା ଯିହୁଦାନେ ସାସନ୍ ଡିଂଣ୍ଡ୍ରେଇଂ ଟୋବୀୟ ଡାଗ୍ରା ଗୁଲେ ଉଲିଆ ବେଆର୍କେ ବାରି ଟୋବୀୟନେ ଗୁଲେ ଉଲିଆ ମେଇଂ ଡାଗ୍ରା ପାଂକେ । 18 ମେଃଡାଗ୍ଲା, ମେଁ ଆରହନେ ଉଂଡେ ଶଖନୀୟନେ ଙ୍ଗିର୍ବୁଏଃମାଚୁଆ ଡିଂଲେଗ୍ସା ବାରି ମେଁନେ ଉଂଡେ ଯିହୋହାନନ୍ ବେରିଖୀୟନେ ଉଂଡେ ମଶୁଲ୍ଲମ୍ନେ ସେଲାକେ ବିଏ ଡିଂଲେଗ୍ସା ଯିହୁଦାନେ ଗୁଲୁଏ ରେମୁଆଁ ମେଁ ପାକା ପାର୍ମାନ୍ ଡିଂବଗେ । 19 ବାରି, ମେଇଂ ମେଁନେ ନିମାଣ୍ଡା କାମ୍ ଡିଂବକ୍ନେ ସାମୁଆଁ ଆନେଙ୍ଗ୍ ବାସଙ୍ଗ୍କେ ବାରି ନେଙ୍ଗ୍ନେ ସାମୁଆଁ ସାପା ଆମେକେ ଆମିଆଁକେ । ବାରି ଆନେଙ୍ଗ୍କେ ବାଃଟନ୍ସାଃ ଟୋବୀୟ ବିନ୍ ବିନ୍ ରକମ୍ନେ ଉଲିଆ ବେକେ ।